ବାରିପଦା: ମୟୂରଭଞ୍ଜ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୟୂରଭଞ୍ଜ ସାଂସଦ, ବିଜେପି ବିଧାୟକ ଓ ସୁଜାତା ମୁର୍ମୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ଗତ ଜାନୁଆରୀ ୧୩ ତାରିଖରେ ବାରିପଦା ପ୍ରୟାସ ହଲରେ ଚାଲିଥିବା ଦିଶା ବୈଠକରେ ଆବାସ ଯୋଜନାକୁ ନେଇ ବିଜେଡି ଓ ବିଜେପି ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ସହ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା l ମୟୂରଭଞ୍ଜ ଜିଲ୍ଲା ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ସୁଜାତା ମୁର୍ମୁ ବୈଠକରେ ବିଜୁ ପଟ୍ଟନାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଘଟଣାରେ ମଙ୍ଗଳବାର ଜିଲ୍ଲା ବିଜେଡି ପକ୍ଷରୁ କୁଶପୁତ୍ତଳିକା ଦାହ କରାଯାଇଛି l
ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ସାଂସଦ ବିଶେଷର ଟୁଡୁଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିଜେପିର ଏପରି ମନ୍ତବ୍ୟ ନେଇ ତୀବ୍ର ସମାଲୋଚନା କରିଥିଲେ l
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ