ETV Bharat / state

ଚର୍ଚ୍ଚାରେ ପଶୁଦା ଉଚ୍ଚ ବିଦ୍ୟାଳୟ; ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ଭିତ୍ତିଭୂମି ଖାଲି

ସଭିଏଁ ପଢିବେ ସଭିଏଁ ବଢିବେ । ସ୍ଲୋଗାନ ଚାଲିଛି କେବଳ ଖାତା କଲମରେ । ନା ଅଛନ୍ତି ଆବଶ୍ୟକ ଶିକ୍ଷକ ନା ହେଉଛି ପାଠ ପଢା । ଏପଟେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକର ପଶୁଦା ଉଚ୍ଚ ବିଦ୍ୟାଳୟ ପରିବେଶକୁ କେହିବି ପ୍ରବେଶ କଲେ ଅନୁଭବ କରିବ ଏହା ଏକ ସରକାରୀ ନୁହେଁ ବେସରକାରୀ ବିଦ୍ୟାଳୟ । ତେବେ ଏହି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଅପରିହାର୍ଯ୍ୟ ।

author img

By

Published : Aug 29, 2019, 10:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ରାଜ୍ୟ ସରକାର ସରକାରୀ ସ୍କୁଲର ଭିତ୍ତି ଭୂମି ବାକାଶ ପାଇଁ ଯୋରଦାର ଉଦ୍ୟମ କରୁଛନ୍ତି । ଏପଟେ ଜିରୋ ରେଜଲ୍ଟ ଏବଂ କମ୍ ପିଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅନେକ ସ୍କୁଲ ମଧ୍ୟ ବନ୍ଦ କରିଛନ୍ତି । ହେଲେ ସୌନ୍ଦର୍ଯ୍ୟ କରଣରେ ଆଗରେ ଥିବା ଗୋଟିଏ ସ୍କୁଲ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଏମିତି ଏକ ସ୍କୁଲ ହେଉଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକର ପଶୁଦା ଉଚ୍ଚ ବିଦ୍ୟାଳୟ । ସ୍କୁଲ ପରିବେଶକୁ କେହିବି ପ୍ରବେଶ କଲେ ଅନୁଭବ କରିବ ଏହା ଏକ ସରକାରୀ ନୁହେଁ ବେସରକାରୀ ବିଦ୍ୟାଳୟ । କାରଣ ବିଦ୍ୟାଳୟର ସୌନ୍ଦର୍ଯ୍ୟ ଚମତ୍କାର । ଯେଉଁଥି ପାଇଁ ସ୍କୁଲଟି ଜିଲ୍ଲା ସ୍ତରରେ ଦୁଇଥର ପୁରସ୍କୃତ ମଧ୍ୟ ହୋଇଛି । ତେବେ ଏହି ପଶୁଦା ଉଚ୍ଚ ବିଦ୍ୟାଳୟରେ ଏବେ 4ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେଉଥିବା ସ୍କୁଲଟିରେ ଏବେ ଅଛି 14ଗୋଟି ଶ୍ରେଣୀ କକ୍ଷ ଅଛି । ତେବେ ଏଥିରୁ 9ଗୋଟି କକ୍ଷ ବିପଦପୂର୍ଣ୍ଣ । ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଗୋଟିଏ ଶ୍ରେଣୀ ଗୃହରେ ଦୁଇରୁ ତିନୋଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି । ବିଦ୍ୟାଳୟରେ ଆବଶ୍ୟକ ରୋଷେଇ ଘର ମଧ୍ୟ ନାହିଁ । ସରକାର ଯେଉଁ ରୋଷେଇ ଘରଟି ନିର୍ମାଣ କରିଥିଲେ ସେଥିରେ ରୋଷେଇ କରିବା ସମ୍ଭବ ନୁହେଁ । ତେଣୁ ବାଧ୍ୟ ହୋଇ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ ହେଉଛି ।

ଏପରି ସ୍ଥଳେ ବିଦ୍ୟାଳୟର କିଛି ପୁରାତନ ଛାତ୍ରଙ୍କ ଉଦ୍ୟମରେ ଏବେ ଆଉ ଗୋଟିଏ ରୋଷେଇ ଘର ନିର୍ମାଣ ଚାଲିଛି । ଅନ୍ୟପଟେ ଗଣିତ, ବିଜ୍ଞାନଓ କମ୍ପ୍ୟୁଟର ଭଳି ବିଷୟରେ ଶିକ୍ଷକ ନାହାଁନ୍ତି । ଯାହା ଫଳରେ ପାଠ ପଢା ଏକଦମ ଠପ । ସମସ୍ୟା ଏତିକିରେ ସରିନାହିଁ । ଯେତିକି ଶ୍ରେଣୀଗୃହରେ ପାଠ ପଢାହେଉଛି ସେସବୁ ଗୃହର ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ । କେତେବେଳେ କଣ ଘଟିବ ତାହା କହିବା ମୁସ୍କିଲ ।

ପ୍ରଧାନ ଶିକ୍ଷକ କହିଛନ୍ତି ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ଏହା ଆଉ ମରାମତି କରିବା ସମ୍ଭବ ନୁହେଁ । ସରକାରୀ ଅନୁଦାନ ମିଳିଲେ ନୂତନ ଶ୍ରେଣୀ ଗୃହ ତିଆରି ହେବ । ତେବେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ବିଦ୍ୟାଳୟଟି କେବେ ଶିକ୍ଷା, ଶିକ୍ଷକଓ ଶ୍ରେଣୀ ଗୃହରେ ପରିପୂର୍ଣ୍ଣ ହେବ ଏବେ ତାକୁ ଅପେକ୍ଷା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଦିଲୀପBody:ଦିଲିପConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.