ETV Bharat / state

ମୟୁରଭଞ୍ଜରେ ସିପିଏଲ ପରେ ବିସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ମୟୁରଭଞ୍ଜ ଜିଲ୍ଲାରେ ସିପିଏଲ ପରେ ଆରମ୍ଭ ହେବାକୁ ଯାଉଛି ବିସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆଥେଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ବାଳ । ଅଧିକ ପଢନ୍ତୁ...

author img

By

Published : Mar 6, 2020, 5:58 PM IST

CPL-BCPL Tournament
ମୟୁରଭଞ୍ଜରେ ସିପିଏଲ ପରେ ବିସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବାରିପଦା: ଜିଲ୍ଲାରେ ସିପିଏଲ ପରେ ଆରମ୍ଭ ହେବାକୁ ଯାଉଛି ବିସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଜିଲ୍ଲା ଆଥେଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ବାଳ । ଜିଲ୍ଲାରେ ସିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ 5ମ ସଂସ୍କରଣ ହୋଇଥିବା ବେଳେ, ବିସିପିଏଲ ୩ୟ ଥର ପାଇଁ ଆୟୋଜିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ମୟୁରଭଞ୍ଜ

ସିପିଏଲ ଟୁର୍ଣ୍ଣାମେଣ୍ଟରେ ମୋଟ 9ଟି ଟିମ ଭାଗ ନେଇଛନ୍ତି । ମାର୍ଚ୍ଚ 1ରୁ ସିପିଏଲ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୫ ରେ ଫାଇନାଲ ମ୍ୟାଚ ଖେଳାଯିବ। ବିସିପିଏଲରେ ୫ ଟି ଟିମ ଭାଗ ନେବେ ବୋଲି କହିଛନ୍ତି ସାଧାରଣ ସମ୍ପାଦକ । ବିସିପିଏଲରେ ପ୍ରତିଦିନ ୩ଟି ମ୍ୟାଚ ଖେଳାଯିବ । ବିସିପିଏଲ ମାର୍ଚ୍ଚ ୧୭ ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଶେଷ ମ୍ୟାଚ ଗୁଡିକ ଦିବାରାତ୍ର ମ୍ୟାଚ ହେବ ।

ପ୍ରଥମ ପୁରସ୍କାର ଭାବେ ବିଜେତା ଟିମକୁ ୫୦ ହଜାର ଏବଂ ଦ୍ବିତୀୟ ପୁରସ୍କାର ଭାବେ ୩୫ ହଜାର ଟଙ୍କା ପୁରସ୍କାର ରାଶି ରଖାଯାଇଛି । କ୍ରିକେଟ ପ୍ରତି ଜିଲ୍ଲାର ଯୁବକ ମାନଙ୍କ ଆଗ୍ରହ ବଢାଇବାକୁ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ମୟୁରଭଞ୍ଜ ଆଥେଲେଟିକ ଆସୋସିଏସନ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.