ବାରିପଦା: ମାସ୍କ ଓ ହେଲମେଣ୍ଟ ଚେକିଂ ବେଳେ ପୋଲିସ ମାଡରେ ଯୁବକ ଗୁରୁତର । ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲବଣୀ ଗୋଲୋଇ ଠାରେ ପୋଲିସ ପକ୍ଷରୁ ମାସ୍କ ଓ ହେଲିମେଣ୍ଟ ଚେକିଂ ବେଳେ ପୋଲିସର ଲାଠି ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଅଭିଯୋଗ ହୋଇଛି ।
ମାସ୍କ ଏବଂ ହେଲମେଣ୍ଟ ଚେକିଂ କରୁଥିବା ସମୟରେ ପୋଲିସର ଜୁଲମରେ ଜଣେ 21 ବର୍ଷୀୟ ଯୁବକଙ୍କ ଆଖିରେ ଗଭୀର ଆଘାତ ଲାଗିଛି ।
ସୂଚନା ଅନୁସାରେ, ଗତ ୨୭ତାରିଖ ରାତି 10 ଟା ସମୟରେ ବାରିପଦା ସହରର ପାଲବଣି ଗୋଲେଇ ନିକଟରେ ପୋଳିସ ପକ୍ଷରୁ ମାସ୍କ ଏବଂ ହେଲମେଣ୍ଟ ଚେକିଂ ଆରମ୍ଭ ହୋଇଥିଲା । ସେହିସମୟରେ ବାରିପଦା ସହରର ୱାଡ଼ ନଂ-25 ଛାଞ୍ଚ ଅଞ୍ଚଳରେ ରହୁଥିବା ସିପୁ ଦାସ ମେଡିସିନ ଆଣିବାକୁ ଯାଇଥିଲେ । ମାତ୍ର ସେ ପଇସା ନେବାକୁ ଭୁଲିଯାଇ, ପରେ ସେ ନିଜର ଏକ ବନ୍ଧୁଙ୍କ ସହ ବାଇକରେ ବସି ଘରକୁ ଫେରୁଥିବା ସମୟରେ ହଠାତ୍ ରାସ୍ତାରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ।
ଜଣେ କନେଷ୍ଟବଳ ଆସି ଏକ ଠେଙ୍ଗାରେ ବାଡେଇଥିଲେ । ହେଲେ ପୋଲିସର ଠେଙ୍ଗାଟି ସିଧାସଳଖ ସିପୁଙ୍କ ଆଖିରେ ଖୁବ ଜୋରରେ ବାଜିଥିଲା ଏବଂ ଘଟଣାସ୍ଥଳରେ ତାଙ୍କ ଆଖିରୁ ରକ୍ତସ୍ରାବ ହୋଇଥିଲା । ଏହାକୁ ଦେଖି ପୋଲିସ ନିଜର ଭୁଲ ଳୁଚାଇବା ପାଇଁ ତୁରନ୍ତ ଯୁବକଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ ।
ଏନେଇ ଆମେ ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କୁ ପଚାରି ବୁଝିବାରୁ ସେ ଏନେଇ ଏସପିଙ୍କ ସହ ଆଲୋଚନା କରିବା ସହ ଗୁରୁତର ଯୁବକଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ଡ୍ୟୁଟି ସମୟରେ ଏଭଳି କାଣ୍ଡ ଘଟାଇଥିବା ପୋଲିସ କର୍ମଚାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ