ETV Bharat / state

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, 3 ଗିରଫ

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ 3 ଯୁବକଙ୍କୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚାଙ୍ଗଭାରିଆ ଗ୍ରାମର ବାଲିଆ ବାସ୍କେ, ସୁନୀଲ ବାସ୍କେ ଓ ପାଲୱାନ ବାସ୍କେ । ଅଧିକ ପଢନ୍ତୁ...

author img

By

Published : Nov 7, 2020, 4:00 PM IST

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, 3 ଗିରଫ
ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, 3 ଗିରଫ

ରାଇରଙ୍ଗପୁର: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ 3 ଯୁବକଙ୍କୁ ବାନ୍ଧିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚାଙ୍ଗଭାରିଆ ଗ୍ରାମର ବାଲିଆ ବାସ୍କେ, ସୁନୀଲ ବାସ୍କେ ଓ ପାଲୱାନ ବାସ୍କେ ।

ସୂଚନାନୁସାରେ, ଗତ 3 ତାରିଖ ବାଦାମପାହାଡ଼ ଥାନା ଅନ୍ତର୍ଗତ କାଠଭାରିଆ ଧକଟା ଗ୍ରାମର ଜଣେ ମହିଳାଙ୍କ ପରିବାର ଲୋକେ ନିକଟସ୍ଥ ସାପ୍ତାହିକ ହାଟକୁ ଯାଇଥିଲେ । ଏହି ସମୟରେ ମହିଳା ଜଣକ ଘରେ ଏକଟୁଆ ରହିଥିଲେ । ଯାହାର ସୁଯୋଗ ନେଇ ନିକଟସ୍ଥ ଚାଙ୍ଗଭାରିଆ ଗାଁର 3 ଜଣ ଯୁବକ ମହିଳାଙ୍କୁ କିଛି ଦୂର ଏକ ନିଛାଟିଆ ସ୍ଥାନକୁ ଟେକି ନେଇ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ । ପୀଡିତା ମହିଳା ଜଣଙ୍କ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ବାଦାମପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର।

ବାଦାମପାହାଡ ଥାନା ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଶୁକ୍ରବାର କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ 3 ଜଣଙ୍କୁ ଚାଙ୍ଗଭାରିଆ ଗ୍ରାମରୁ ଗିରଫ କରାଯାଇଛି । ତେବେ 3 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଦାମପାହାଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.