ETV Bharat / state

ଲକଡାଉନ: ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ସରପଞ୍ଚ ଓ SHG ଗ୍ରୁପ - coronavirus khaber

ମହାମାରୀ କୋରୋନା ଆତଙ୍କରେ ସାରା ଭାରତ ଲକଡାଉନ। ଓଡିଶାରେ ମଧ୍ୟ ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମିକମାନେ ଫସିରହିଛନ୍ତି । ସେମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସ୍ଥାନୀୟ ସରପଞ୍ଚ ଓ ସ୍ବୟଂ ସହାୟକ ଗୋଷ୍ଠୀ । ଅଧିକ ପଢନ୍ତୁ...

lockdown-sarpanch-and-self-help-groups-extend-helping-hand-to-the-needy
ଲକଡାଉନ: ଅସହାୟଙ୍କୁ ସାହାଯ୍ୟର ହାତବଢାଇଲେ ସରପଞ୍ଚ ଓ ସ୍ବୟଂସହାୟକଗୋଷ୍ଠୀ
author img

By

Published : Apr 1, 2020, 8:14 PM IST

ରାଇରଙ୍ଗପୁର: ମହାମାରୀ କୋରୋନା ଆତଙ୍କରେ ସାରା ଭାରତ ଲକଡାଉନ। ଓଡିଶାରେ ମଧ୍ୟ ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମିକମାନେ ଫସିରହିଛନ୍ତି । ସେମାନଙ୍କୁ ସାହାଯ୍ୟର ହାତବଢାଇଛନ୍ତି ସ୍ଥାନୀୟ ସରପଞ୍ଚ ଓ ସ୍ବୟଂ ସହାୟକ ଗୋଷ୍ଠୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ଝରାଡିହି, କାଙ୍କି ଓ ବହଳଦା ଗ୍ରାମପଞ୍ଚାୟତରେ ।

ଲକଡାଉନ: ଅସହାୟଙ୍କୁ ସାହାଯ୍ୟର ହାତବଢାଇଲେ ସରପଞ୍ଚ ଓ ସ୍ବୟଂସହାୟକଗୋଷ୍ଠୀ

ମୟୂରଭଞ୍ଜ ଜିଲ୍ଲାର ଝରାଡିହି ଠାରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଅଞ୍ଚଳର ପାଖାପାଖି ୬୦ ଜଣ ଶ୍ରମିକ ତମ୍ବୁରେ ଅସୁରକ୍ଷିତ ଭାବେ ରହୁଥିଲେ । ସ୍ଥାନୀୟ ଝରାଡିହି ସରପଞ୍ଚ ମହେନ୍ଦ୍ର ସର୍ଦ୍ଧାର ବହଳଦା ବ୍ଲକ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉକ୍ତ ଶ୍ରମିକ ମାନଙ୍କୁ କସ୍ତୁରବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରାଯାଇଥିଲା। ଏହା ସହ ଚାଉଳ, ଡାଲି, ପନିପରିବା, ତେଲ, ଲୁଣ ଆଦି ସେମାନଙ୍କୁ ଯୋଗାଇ ଦିଆଯାଇଛି। ସମସ୍ତ ଜିନିଷି ନେଇ ଶ୍ରମିକ ମାନେ ରୋଷେଇ କରି ଖିଆପିଆ କରିବା ସହ ବେଶ ଆରାମରେ ରହୁଥିବା କହିଛନ୍ତି। ତେବେ ସ୍କୁଲରେ ୫୦ ଜଣ ରହୁଥିବାବେଳେ ୮ ଜଣ ଭଡାଘରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଜଣ ଛତିଶଗଡ଼, ୯ ଜଣ ମଧ୍ୟପ୍ରଦେଶ ଓ ଜଣେ ଝାଡଖଣ୍ଡ ବୋକାରୋ ଅଞ୍ଚଳର ଥିବା ଜଣାପଡିଛି।

ଏହା ବ୍ୟତୀତ ସ୍ଥାନୀୟ ଝରାଡିହି ଅଞ୍ଚଳର ୧୧ ଜଣ ଅସହାୟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇ ମା' ଅନ୍ଧାରୀ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଉଛି।ସେହିପରି କାଙ୍କି ଗ୍ରାମପଞ୍ଚାୟତରେ ୯ ଜଣଙ୍କୁ ଶୁଖିଲା ଖାଦ୍ୟ ଓ ବହଳଦା ଗ୍ରାମପଞ୍ଚାୟତରେ ୭ ଜଣଙ୍କୁ ଥ୍ରୀପ୍ଟ ଏଣ୍ଡ କ୍ରେଡିଟ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବହଳଦା ବାଳକ ଏମଇ ସ୍କୁଲ ଠାରେ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଉଥିବାର ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.