ETV Bharat / state

ଲେମ୍ବୁ ବଗିଚାରୁ ବିପୁଳ ପରିମାଣରେ କାଠପଟା ସହ କାଠ ଜବତ - illegal wood seized in mayurbhanj

ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଭାଲିଆଡିହା କୁଳିପାଳ ଲେମ୍ବୁ ବଗିଚାରେ ବନବିଭାଗର ଚଢ଼ାଉ । ବିପୁଳ ପରିମାଣରେ ଚୋରା କାଠ ପଟା ସହ କାଠ ଜବତ ହୋଇଥିବାବେଳେ ଆସାମୀ ଘଟଣାସ୍ଥଳରୁ ଫେରାର ହୋଇଛି । ଅଧିକ ପଢନ୍ତୁ...

ବିପୁଳ ପରିମାଣରେ କାଠପଟା ସହ କାଠ ଜବତ
ବିପୁଳ ପରିମାଣରେ କାଠପଟା ସହ କାଠ ଜବତ
author img

By

Published : Sep 17, 2020, 10:02 PM IST

ବାରିପଦା: ବିପୁଳ ପରିମାଣର ମୂଲ୍ୟବାନ ଚୋରା କାଠପଟା ସହ କାଠ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଭାଲିଆଡିହା କୁଳିପାଳ ଲେମ୍ବୁ ବଗିଚା ଠାରେ ଚୋରା କାଠ ଗଛିତ ଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଗୁରୁବାର ବିଭାଗ ପକ୍ଷରୁ ସେଠାରେ ଅଚାନକ ଚଢ଼ାଉ କରାଯାଇ ୧୬୫ଟି କାଠ ପଟା ସହ ୧୪୫ଟି କାଠର ଦ୍ବାରବନ୍ଧ ଜବତ କରାଯାଇଛି ।

ବିପୁଳ ପରିମାଣରେ କାଠପଟା ସହ କାଠ ଜବତ

ତେବେ ଚୋରା କାଠ ଥିବା ସ୍ଥାନରୁ କୌଣସି ବ୍ୟକ୍ତିଙ୍କୁ ଗିରଫ କରିନି ବନବିଭାଗ । ବନ ବିଭାଗ କର୍ମଚାରୀ ଆସିବା ପୂର୍ବରୁ ଚୋରା କାଠ ମାଫିଆମାନେ ଖସି ଯିବାରେ ସକ୍ଷମ ହୋଇଛନ୍ତି । ସେପଟେ ବନବିଭାଗ କାଠକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ସମ୍ପୃକ୍ତ କାଠ ମାଫିଆଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.