ETV Bharat / state

ପ୍ରଚଣ୍ଡ ରୌଦ୍ରତାପ: ଜଳଛତ୍ର ପାଇଁ ଦାବି - ରାଇରଙ୍ଗପୁରରେ ଗ୍ରୀଷ୍ମ ପ୍ରବାହ

ପ୍ରଚଣ୍ଡ ରୌଦ୍ରତାପ କାରଣରୁ ରାଇରଙ୍ଗପୁରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସହରରେ ଜଳଛତ୍ର ବ୍ୟବସ୍ଥା ପାଇଁ ସାଧାରଣରେ ଦାବି । ଅଧିକ ପଢନ୍ତୁ....

ପ୍ରଚଣ୍ଡ ରୌଦ୍ରତାପ: ଜଳଛତ୍ର ପାଇଁ ଦାବି
ପ୍ରଚଣ୍ଡ ରୌଦ୍ରତାପ: ଜଳଛତ୍ର ପାଇଁ ଦାବି
author img

By

Published : Apr 8, 2021, 10:40 PM IST

ରାଇରଙ୍ଗପୁର: ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ରାଇରଙ୍ଗପୁର ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତାପ ଏତେ ଜୋରରେ ହେଉଛି ଯେ, ଲୋକେ ଡହଳବିକଳ ହୋଇ ପଡୁଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହିତ ମୁଣ୍ଡ ଫଟା ଖରା ସହ ତାତି ବଢିବାରେ ଲାଗିଛି । ମାତ୍ର ସହରରେ ଜଳଛତ୍ରର ଅଭାବ କାରଣରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରଚଣ୍ଡ ରୌଦ୍ରତାପ: ଜଳଛତ୍ର ପାଇଁ ଦାବି

ଏହା ସହିତ ଜଳ କଷ୍ଟ ଓ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରି ପକାଉଛି । ଦିନ ଦ୍ବିପହର ସମୟରେ ଲୋକେ ଘରୁ ନ ବାହାରିବା ଯୋଗୁଁ ରାସ୍ତାଘାଟ ମଧ୍ୟ ଶୁନଶାନ୍ ହୋଇ ପଡୁଛି । ଖରାରୁ ତ୍ରାହି ପାଇବା ପାଇଁ ପଥଚାରୀମାନେ ମୁଣ୍ଡରେ ଗାମୁଛା ଘୋଡେଇ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ସେହିପରି ଏହି ଟାଣ ଖରାରେ ଲୋକେ ମୃଦୁ ପାନୀୟ ଜଳ, ଆଖୁରସ, ପଇଡ ପାଣି, ଆଇସକ୍ରିମ, ଦହିବରା, ତରଭୁଜ ଖାଇ ଶୋଷ ମେଣ୍ଟାଉଛନ୍ତି । ଟାଣ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସହରର କିଛି ସ୍ଥାନରେ ଜଳଛତ୍ର ଖୋଲାଯାଇଛି । ମାତ୍ର ଏପରି ପ୍ରଚଣ୍ଡ ରୌଦ୍ରତାପରେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ପାଣି ବୁନ୍ଦାଏ ପାଇଁ ମଣିଷ ସହିତ ପଶୁ ପକ୍ଷୀ ମଧ୍ୟ ଡ଼ହଳବିକଳ ହେଉଛନ୍ତି । ତେବେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସହରର ସବୁ ଓ୍ବାର୍ଡରେ ଜଳଛତ୍ର କେନ୍ଦ୍ର ଖୋଲିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.