ETV Bharat / state

ମଣ୍ଡିରେ ବିକ୍ରି ହେଉନି ଧାନ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା - ମଣ୍ଡିରେ ବିକ୍ରି ହେଉନି ଧାନ

ସରକାରୀ ଧାନ ମଣ୍ଡିରେ ଧାନ ବିକ୍ରି କରିପାରୁନାହିଁ ଚାଷୀ। ମୟୂରଭଞ୍ଜ ଜିଲ୍ଳା ବେତନଟୀ ବ୍ଲକ ଆମ୍ବଗଡ଼ିଆ ଗାଁର ଚାଷୀମାନେ ସରକାରୀ ଧାନ ମଣ୍ଡିରେ ଧାନ ବିକ୍ରି କରି ନ ପାରି ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଧିକ ପଢନ୍ତୁ

ମଣ୍ଡିରେ ବିକ୍ରି ହେଉନି ଧାନ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

author img

By

Published : Apr 4, 2022, 5:33 PM IST

ବାରିପଦା : ସରକାରୀ ଧାନ ମଣ୍ଡିରେ ଧାନ ବିକ୍ରି କରିପାରୁନାହିଁ ଚାଷୀ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଆମ୍ବଗଡ଼ିଆ ଗାଁର ଚାଷୀମାନେ ସରକାରୀ ଧାନ ମଣ୍ଡିରେ ଧାନ ବିକ୍ରି କରି ନ ପାରି ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ସରକାର ଚାଷୀଙ୍କ ଟାର୍ଗେଟ ଅନୁଯାୟୀ ଧାନ କିଣୁ ନାହାନ୍ତି ।

ମଣ୍ଡିରେ ବିକ୍ରି ହେଉନି ଧାନ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଯାହାଫଳରେ ଚାଷୀ ବାଧ୍ୟ ହୋଇ ସରକାରୀ ଦାମ କ୍ୟୁଣ୍ଟାଲ ପ୍ରତି ଦର ୧୯୪୦ ଥିବାବେଳେ ଦଲାଲଙ୍କୁ ୧୪୦୦ ଅବା ତା ଠାରୁ କମ ଦରରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି। ଅନ୍ୟପକ୍ଷରେ ଚାଷୀଙ୍କ ଋଣ ଛାଡ ପାଇଁ ମଧ୍ୟ ଦାବି କରିଛନ୍ତି । ଯାହା ଫଳରେ ଜଣେ ଚାଷୀ ଶୋଷଣର ଶିକାର ହେଉଛି। ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଚାଷୀ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ତେବେ ଚାଷୀ ମାନଙ୍କ ସହ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ଚାଷୀ ମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ ଚାଷୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.