ETV Bharat / state

ଜମିରେ ଦଳିଦେଲା ହାତୀ, ବୃଦ୍ଧ ମୃତ - ବଢୁଛି ହାତୀ ଉପଦ୍ରବ

ଜମିରେ ଦଳିଦେଲା ହାତୀ । ବୃଦ୍ଧ ମୃତ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତ ଭୂଲବଣି ଗ୍ରାମରେ । ବିଲରେ ବୃଦ୍ଧ ଦାଗଦୁ ମୁର୍ମୁ କାମ କରୁଥିବାବେଳେ ତାଙ୍କୁ ହାତୀ ପଲ ଦଳିଦେଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 8, 2019, 12:40 PM IST

ମୟୁରଭଞ୍ଜ : ଜିଲ୍ଲାରେ ବଢୁଛି ହାତୀ ଉପଦ୍ରବ । ଗତକାଲି(ବୁଧବାର) ହାତୀ ଜଣଙ୍କୁ ମାରିଥିବାବେଳେ ଆଜି(ଗୁରୁବାର) ପୁଣି ଜଣେ ବୃଦ୍ଧଙ୍କୁ ଦଳି ଦେଇଛି ହାତୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗତକାଲି କରଞ୍ଜିଆ ବନଖଣ୍ଡରେ ହାତୀ ଆକ୍ରମଣ କରିଥିବାବେଳେ ଆଜି ସାରସକଣା ବ୍ଲକ ଯୋକା ପଞ୍ଚାୟତ ଭୂଲବଣି ଗ୍ରାମର ବୃଦ୍ଧ ଦାଗଦୁ ମୁର୍ମୁଙ୍କୁ ଦଳିଦେଇଛି ହାତୀ । ସେ ନିଜ ଜମିରେ ଚାଷ କରୁଥିବା ବେଳେ ହାତୀପଲ ତାଙ୍କୁ ଦଳି ଦେଇଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ପାଇବା ପରେ ବନବିଭାଗ ଓ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ କ୍ଷତିପୂରଣ ଦାବିରେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ରେ ହାତୀ ଉପଦ୍ରବ ରେ ଅତିଷ୍ଠ ଲୋକେ। ଗତକାଲି କରଞ୍ଜିଆ ବନଖଣ୍ଡ ରେ ହାତୀ ଜଣଙ୍କୁ ମାରିଥିବା ବେଳେ ଆଜି ପୁଣି ଜଣେ ବୃଦ୍ଧ ଙ୍କୁ ଦଳି ମାରିଛି ହାତୀ।Body:ଆଜି ପୁଣି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଯୋକା ପଞ୍ଚାୟତ ର ଭୂଲବଣି ଗ୍ରାମର ଦାଗଦୁ ମୁର୍ମୁ ,ବୟସ ୫୫ କୁ ନିଜ ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ହାତୀ ପୋଲ ଦଳିଦେଇଥିବାରୁ ଘଟଣା ସ୍ଥଲରେ ମୃତ୍ୟୁ ହୋଇଥିଲା ।ଘଟଣାସ୍ଥଳରେ ବନବିଭାଗ ଓ ଝାରପୋଖରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାତୀ ଆକ୍ରମଣରେ ବୃଦ୍ଧ ଙ୍କ ମୃତ୍ୟୁ ପରେ ଗ୍ରାମରେ ଉତେଜନା ଦେଖା ଦେଇଛି ମୃତ ପରିବାର କୁ ଯଥାଶିଘ୍ର କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.