ETV Bharat / state

ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Sep 23, 2023, 8:26 AM IST

ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ଅଭାବନୀୟ ଘଟଣା । ସନ୍ଦେହଜନକ ଭାବେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

Doctor Found Hanging In Hostel Room
Doctor Found Hanging In Hostel Room

ରାଇରଙ୍ଗପୁର: ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡ଼ିକାଲ କଲେଜରୁ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଡାକ୍ତରୀ ଛାତ୍ର ଜଣକ ଡ.ସଚିନ ସାହୁ ବୋଲି ଜଣାପଡିଛି । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ସେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ଅନୁଯାୟୀ, ଗତକାଲି ଡ.ସଚିନ ସାହୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟି ସାରି ନିଜ ରୁମକୁ ଫେରିଥିଲେ । ହେଲେ ଦୀର୍ଘ ସମୟ ଧରି ସେ କବାଟ ନ ଖୋଲିବାରୁ ଅନ୍ୟ ଛାତ୍ରମାନେ କୌଣସି ଅଘଟଣ ଘଟିଥିବା ଆଶଙ୍କାରେ କବାଟଟିକୁ ଭାଙ୍ଗି ଦେଇଥିଲେ । କବାଟ ଭାଙ୍ଗିବା ପରେ ଉକ୍ତ ଗୃହ ଭିତରୁ ସଚିନଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ତାଙ୍କୁ ପିଆରଏମ ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ବାରିପଦା ଟାଉନ ଥାନା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ପଠାଇଥିଲେ । ସେପଟେ ପୋଲିସ ପକ୍ଷରୁ ମୃତ ଡାକ୍ତରୀ ଛାତ୍ରଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ତେବେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ସଚିନ ଅତ୍ୟନ୍ତ ଶାନ୍ତ ଓ ସରଳ ପ୍ରକୃତିର ଥିବା ତାଙ୍କ ସାଥି ଡାକ୍ତର ମାନଙ୍କ ଠାରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ବାପାଙ୍କୁ ଆଇ ଲଭ ୟୁ କହି ଜୀବନ ହାରିଲେ ଡାକ୍ତରୀ ଛାତ୍ର

ସେହିପରି ଗତ ମାର୍ଚ୍ଚ ମାସରେ ବାଲେଶ୍ବର ଜିଲ୍ଲା ଫକୀର ମୋହନ ମେଡିକାଲ କଲେଜର ଡାକ୍ତରୀ ଛାତ୍ର ହିତେଷ୍ଣୁ ଦାସଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ସେ ନାଇଟ-ସୋ ସିନେମା ଦେଖି ସାଙ୍ଗଙ୍କ ସହିତ ହଷ୍ଟେଲ ଫେରିଥିଲେ ହିତେଷ୍ଣୁ । ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବା ପରେ ପ୍ରାଣ ହରାଇଥିଲେ । ତେବେ ଶବ୍ଦ ହେବାରୁ ତାଙ୍କ ସାଙ୍ଗସାଥି ଆସି ଦେଖି ହିତେଷ୍ଣୁଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.