ବାରିପଦା: କେଶରୀୟା ହିନ୍ଦୁ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରଦେଶର ସଂସ୍ଥାପକ ଅଧ୍ୟକ୍ଷ ଅତୁଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ପ୍ରଭାରୀ ଦିଲ୍ଲୀପ କୁମାର ଦାସଙ୍କ ସମେତ ଜିଲ୍ଲାର କେଶରୀୟା ହିନ୍ଦୁ ବାହିନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ଆଜିର ବୈଠକରେ ମୁଖ୍ୟତ ମୟୂରଭଞ୍ଜ ଜିଲ୍ଲାର ବେକାର ଯୁବକଯୁବତୀଙ୍କ ପାଇଁ ରୋଜଗାର ପାଇଁ ବିଭିନ୍ନ ପନ୍ଥାର ଆଗାମୀ ଦିନରେ ହାତକୁ ନେବା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହାସହ ଜିଲ୍ଲାରେ ନାରୀ ମାନଙ୍କର ସୁରକ୍ଷା ଓ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଏହି ବାହିନୀ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ନେଇ କର୍ମୀମାନଙ୍କୁ ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଏହି ସଂଗଠନ କିଭଳି କାର୍ଯ୍ୟକ୍ରମ ହାତକୁ ନେବ ତାହା ଦେଖିବାକୁ ବାକି ରହିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ