ETV Bharat / state

ବିଶ୍ବାସରେ ବନ୍ଧା କୁଡୁମୀ ସମ୍ପ୍ରଦାୟ, ଧୁମଧାମରେ ଚାଲିଛି ଟୁସୁ ଦେବୀଙ୍କ ପୂଜାର୍ଚ୍ଚନା

author img

By

Published : Jan 25, 2023, 6:51 AM IST

କୁଡୁମୀ ସମ୍ପ୍ରଦାୟଙ୍କ ନିଆରା ପରମ୍ପରା ଟୁସୁ ପର୍ବ । ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବାସହ ନାଚ ଗୀତରେ ମସଗୁଲ କୁଡୁମୀ ସମ୍ପ୍ରଦାୟ । ମକର ସଂକ୍ରାନ୍ତିଠାରୁ ୧୫ ଦିନ ପର୍ଯ୍ୟନ୍ତ ଏହି ପର୍ବର ଆୟୋଜନ କରାଯାଇଥାଏ । ରଙ୍ଗବେରଙ୍ଗ ପେଣ୍ଡାଲ ସାଙ୍ଗକୁ ଭଳିକି ଭଳି ମେଢ ସହ ପୂଜା ପାଉଛନ୍ତି ମାଆ ଟୁସୁ ଦେବୀ । ଅଧିକ ପଢନ୍ତୁ

Kudumi community tusu mela
ଧୁମଧାମରେ ଚାଲିଛି ଟୁସୁ ଦେବୀଙ୍କ ପୂଜାର୍ଚ୍ଚନା

ରାଇରଙ୍ଗପୁର: ବିଶ୍ବାସରେ ବନ୍ଧା ଆଦିବାସୀ ସମ୍ପ୍ରଦାୟ । ପୂଜା ପାର୍ବଣ ଯେମିତି ଏକ ଅବିଚ୍ଛେଦ୍ୟ ଅଙ୍ଗ । ବର୍ଷ ସାରା ଏଠି ଜାକଜକମରେ ପାଳିତ ହୁଏ ବିଭିନ୍ନ ପର୍ବ । ସେମିତିକି କୁଡୁମୀ ସମ୍ପ୍ରଦାୟର ଭିନ୍ନ ଏକ ପର୍ବ ହେଉଛି ଟୁସୁ ମେଳା । ଏହିମେଳାରେ ସୁନ୍ଦର ସୁନ୍ଦର ମେଢକୁ ପୂଜାର୍ଚ୍ଚନା କରାଯାଏ । ମକର ସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଡୁମୀ ସମ୍ପ୍ରଦାୟର ପ୍ରସିଦ୍ଧ ଟୁସୁ ମେଳାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଜିଲ୍ଲା । ଆଦିମ ଜନଜାତି କୁଡୁମୀ ସମ୍ପ୍ରଦାୟର ଲୋକେ ବେଶ ଧୁମଧାମରେ ଏହି ପର୍ବ ପାଳନ କରୁଥିବା ବେଳେ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ମେଳାଗୁଡ଼ିକରେ ବିଭିନ୍ନ ଅଞ୍ଚଳରୁ ସୁନ୍ଦର ସୁସଜ୍ଜିତ ଟୁସୁ ମେଢ ଦେଖିବାକୁ ମିଳିଥାଏ । ନିଜନିଜ ଟୁସୁ ମେଢ ନିକଟରେ ପାରମ୍ପରିକ ନାଚଗୀତରେ ଝୁମି ଉଠିଥାନ୍ତି କୁଡୁମୀ ସମ୍ପ୍ରଦାୟର ଲୋକେ। ଜିଲ୍ଲାରେ ମକର ପର୍ବ ବେଶ ଧୁମଧାମରେ ପାଳିତ ହୋଇଥିବା ବେଳେ ଏହି ଉପଲକ୍ଷେ କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଅନୁଷ୍ଠିତ ଟୁସୁ ମେଳାକୁ ବେଶ ଉପଭୋଗ କରନ୍ତି ଜନସାଧାରଣ । ଏହି ପର୍ବରେ କୁଡୁମୀ ସମ୍ପ୍ରଦାୟର କୁଆଁରୀ କନ୍ୟାମାନଙ୍କୁ ବେଶ ଗୁରୁତ୍ବ ଦିଆ ଯାଇଥାଏ ।

ମକର ସଂକ୍ରାନ୍ତି ଦିନରୁ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ କୁଡୁମୀ ସମ୍ପ୍ରଦାୟର ଲୋକେ ବେଶ ଧୁମଧାମରେ ପାଳନ କରୁଥିବା ଟୁସୁ ପୂଜା ବା ଟୁସୁ ମେଳା ବେଶ ଖ୍ୟାତି ଅର୍ଜନ କରିଛି । କିମ୍ବଦନ୍ତୀ ଅନୁସାରେ ମକର ସଂକ୍ରାନ୍ତି ଦିନ ଜଣେ ମୁସଲମାନ ଶାସକର ଲୋଲୁପ ଦୃଷ୍ଟିରୁ ନିଜର ସତୀତ୍ବ ରକ୍ଷା କରିବାକୁ ଯାଇ ଟୁସୁ ନାମୀ ରାଜକୁମାରୀ ନଦୀକୁ ଡେଇଁ ପ୍ରାଣତ୍ୟାଗ କରିଥିଲେ । ଆତ୍ମ ସମ୍ମାନ ରକ୍ଷା ପାଇଁ ଏହି ବଳିଦାନର ସ୍ମୃତିରେ କୁଡୁମୀ ସମ୍ପ୍ରଦାୟର ଲୋକେ ଟୁସୁକୁ ଦେବୀ ରୂପେ ପୂଜା କରିବା ସହିତ କୁଆଁରୀମାନେ ନିଜର ସମ୍ମାନ ଗୁରୁତ୍ବପୂର୍ଣ ବୋଲି ପ୍ରତିପାଦିତ କରିଥାନ୍ତି ।

ସେହିପରି କିଛି କୁଡୁମୀଙ୍କ ମତରେ ଟୁସୁ ଦେବୀଙ୍କୁ ଶସ୍ୟ ଦେବୀ ଭାବେ ଗ୍ରହଣ କରିଥାନ୍ତି ଓ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା ବନ୍ଦାପନା କରିଥାନ୍ତି । ତେବେ ବିଭିନ୍ନ ସ୍ଥାନରେ ହେଉଥିବା ପାରମ୍ପରିକ ଟୁସୁ ମେଳାରେ ମାଦଳର ତାଳେ ତାଳେ ନାଚଗୀତ ଓ ମାଙ୍କଡ ନାଚ ଆଦି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। କେବଳ ସେତିକି ନୁହେଁ ପୁଅ ଝିଅମାନେ ଟୁସୁ ଦେବୀଙ୍କୁ ସୁନ୍ଦର ଭାବରେ ସଜେଇ ପାରମ୍ପରିକ ଗୀତ ଗାଇ ଘରକୁ ଘର ବୁଲେଇବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ପାଖାପାଖି ମାସେ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରା ଯାଇଥାଏ ଏହି ନାରୀ ଭିତ୍ତିକ ପର୍ବ । ଯେଉଁଥିରେ ଟୁସୁ ମେଢ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହିତ ପୁରସ୍କାର ବିତରଣ ମଧ୍ୟ ହୋଇଥାଏ । ସେପଟେ ଏହାକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାରହଜାର ଲୋକେ ଛୁଟି ଆସିଥାନ୍ତି ଏଠାକୁ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.