ବାରିପଦା: ଗତ 5 ତାରିଖରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ୧୭ ମାସର ଶିଶୁ କନ୍ୟାକୁ ତାର ସଂପର୍କୀୟ ଦାଦା ଦୁଷ୍କର୍ମ କରିବା ଘଟଣା । ଏନେଇ ଥାନ।ରେ ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର । ଘଟଣାକୁ ଚାରି ଦିନ ବିତିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ଖୁଣ୍ଟା ପୋଲିସ ।
ତେବେ ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ବାରିପଦା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୋଲିସର ଏତେ ମନ୍ଥର ତଦନ୍ତକୁ ବିରୋଧ କରି ସୋମବାର ପୀଡିତା ଶିଶୁକନ୍ୟାର ପରିବାର ବର୍ଗଙ୍କ ସହ ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ମାନେ ଥାନା ଘେରାଉ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ