ETV Bharat / state

କାମରେ ବିଳମ୍ବ, ଯନ୍ତ୍ରୀଙ୍କୁ ତାଲା ପକାଇଲେ ଠିକାଦାର - ଆସିଷ୍ଟାଣ୍ଡ ଇଞ୍ଜିନିୟର

ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଅଭାବନୀୟ ଦୃଶ୍ୟ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥବା ଠିକାଦାରଙ୍କ ବିଲ୍‌ ପ୍ରଦାନରେ ବିଳମ୍ବ ନେଇ ତାତିଲେ ଠିକାଦାର । ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କୁ ବ୍ଲକ ଅଫିସ କାର୍ଯ୍ୟାଳୟରେ ତାଲା ପକାଇ ଦେଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 17, 2019, 5:07 PM IST

ମୟୂରଭଞ୍ଜ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥବା ଠିକାଦାରଙ୍କ ବିଲ୍‌ ପ୍ରଦାନରେ ବିଳମ୍ବ କରିବାକୁ ନେଇ ତାତିଲେ ଠିକାଦାର । ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର (ସହକାରୀ ଯନ୍ତ୍ରୀ)ଙ୍କୁ ବ୍ଲକ ଅଫିସ କାର୍ଯ୍ୟାଳୟରେ ତାଲା ପକାଇଦେଲେ ଠିକାଦାର । ଏଭଳି ଘଟଣା ଘଟିଛି ଉଦଳା ବ୍ଲକରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ଜିଲ୍ଲାର ଉଦଳା ବ୍ଲକ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ଠିକାଦାର । ତେବେ କାର୍ଯ୍ୟ ଗୁ଼ଡିକ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ବିଲ୍ ପାଇବା ନିମନ୍ତେ 4ମାସରୁ ଊର୍ଦ୍ଧ୍ବ ହେବ ବ୍ଲକ କାର୍ଯ୍ୟାଳୟ ଦୌଡିଛନ୍ତି । ହେଲେ ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର କମଳ ଲୋଚନ ରାଉତ ବାରମ୍ବାର ବିଲ ଦେବାର ମିଛ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ସମୟ ଗଡାଉ ଥିଲେ ।

ଯାହାକୁ ନେଇ ଆଜି କିଛି ଠିକାଦାର ଉତ୍ତ୍ୟକ୍ତ ହୋଇ ଆସିଷ୍ଟାଣ୍ଟ ଇଞ୍ଜିନିୟର କମଳ ଲୋଚନ ରାଉତଙ୍କୁ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଖବର ପାଇ ଉଦଳା ବୁକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ତାଲା ଖୋଲି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଉଦ୍ଧାର କରିଥିଲେ ।

ହେଲେ ଏହି ଘଟଣାକୁ ବିଡିଓ କିମ୍ବା ଆସିଷ୍ଟାଣ୍ଟ ଇଞ୍ଜିନିୟର ଅତି ହାଲୁକା ଭାବରେ ନେଇଥିବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଥିଲେ । ତେବେ ବକେୟା ବିଲ୍‌ ତୁରନ୍ତ ପ୍ରଦାନ କରା ନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଠିକାଦାର ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

ମୟୂରଭଞ୍ଜ: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥବା ଠିକାଦାରଙ୍କ ବିଲ୍‌ ପ୍ରଦାନରେ ବିଳମ୍ବ କରିବାକୁ ନେଇ ତାତିଲେ ଠିକାଦାର । ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ବ୍ଲକ ଅଫିସ କାର୍ଯ୍ୟାଳୟରେ ତାଲା ପକାଇଦେଲେ ଠିକାଦାର । ଏଭଳି ଘଟଣା ଘଟିଛି ଉଦଳା ବ୍ଲକରେ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.