ETV Bharat / state

ମୋରଡ଼ା ବ୍ଲକରେ କଂଗ୍ରେସର ସାଙ୍ଗଠନିକ ଆଲୋଚନା ଚକ୍ର - congress meeting

ମୟୂରଭଞ୍ଜ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ମୋରଡ଼ା ଠାରେ ସାଙ୍ଗଠନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋରଡ଼ା ବ୍ଲକ ସଭାପତି ଭାବେ ଦୁଇ ଜଣଙ୍କ ନାମ ଚୟନ କରାଯାଇ ପିସିସି ସଭାପତିଙ୍କ ନିକଟକୁ ଜିଲ୍ଲା ସଭାପତି ପଠାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

କଂଗ୍ରେସ ପକ୍ଷରୁ ମୋରଡ଼ା ବ୍ଲକରେ ସାଙ୍ଗଠନିକ ଆଲୋଚନା ଚକ୍ର

author img

By

Published : Jan 1, 2021, 10:20 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ମୋରଡ଼ା ଠାରେ ସାଙ୍ଗଠନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ବୈଠକରେ କମିଟି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ପୂର୍ବ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଖରାପ ରହିଥିବାବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି ସୁଦୃଢ କରିବା ପାଇଁ କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ସାଙ୍ଗଠନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

କଂଗ୍ରେସ ପକ୍ଷରୁ ମୋରଡ଼ା ବ୍ଲକରେ ସାଙ୍ଗଠନିକ ଆଲୋଚନା ଚକ୍ର

ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ମୀନକେତନ ବେହେରା, ମୋରଡ଼ା ବ୍ଲକ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ଦାସ, ଜିଲ୍ଲା କଂଗ୍ରେସ ମହିଳା ସେଲ ସଭାପତି ସୁସ୍ମିତା ଘୋଷାଲ, ଜିଲ୍ଲା ମାଇନର କମିଟିର ଉପ ସଭାପତି ସେକ ମୁସ୍ତାଫା, ଜିଲ୍ଲା ସମ୍ପାଦକ ଅରବିନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଏହି ସାଙ୍ଗଠନିକ ଆଲୋଚନା ଚକ୍ରରେ ମୋରଡ଼ା ବ୍ଲକ ସଭାପତି ଚୟନକୁ ନେଇ ଆଲୋଚନା ହୋଇଛି । ଏହାସହ କଂଗ୍ରେସ ମୋରଡ଼ା ବ୍ଲକ ସଭାପତି ଭାବେ ଦୁଇ ଜଣଙ୍କ ନାମ ଚୟନ କରାଯାଇ ପିସିସି ସଭାପତିଙ୍କ ନିକଟକୁ ଜିଲ୍ଲା ସଭାପତି ପଠାଇଥିବା ଜଣାପଡିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.