ETV Bharat / state

ଦୁଇ ବାଇକ ଆରୋହୀଙ୍କୁ ଚାପିଦେଲା ବସ - ରରୁଆଁ ଥାନା

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ କରଞ୍ଜିଆ ରାସ୍ତା କାଶିଆ ଜଙ୍ଗଲ ନିକଟରେ ଦୁଇ ବାଇକ ଆରୋହୀଙ୍କୁ ଚାପିଦେଲା ବସ । ବସ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର
author img

By

Published : Oct 15, 2019, 7:33 PM IST

ରାଇରଙ୍ଗପୁର: ବସ ଚାପାରେ ଦୁଇ ମୃତ । ବାଇକ ଆରୋହୀଙ୍କ ଉପରେ ମାଡିଗଲା ବସ । ମୃତ ଦୁଇ ଯୁବକ କେନ୍ଦୁଝର ଜିଲ୍ଲାର ବ୍ରାହ୍ମଣୀପାଳ ଗ୍ରାମର ବୋଲି ଜଣାପଡିଛି ।

ରାଇରଙ୍ଗପୁର ବସ୍ ଚାପାରେ ଦୁଇ ମୃତ

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ କରଞ୍ଜିଆ ରାସ୍ତା କାଶିଆ ଜଙ୍ଗଲ ନିକଟରେ ପ୍ରଶାନ୍ତି ଏବଂ ପ୍ରଶାନ୍ତି ନାମକ ଏକ ଘରୋଇ ବସଟି ଦ୍ରୁତ ଗତିରେ ଏକ ମୋଟର ସାଇକେଲକୁ ଧକ୍କାଦେଇ ଦେଇଥିଲା । ଘଟଣାସ୍ଥଳରେ ହିଁ ଶ୍ୟାମ ତିରିଆର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଯୁବକ ବ୍ରଜ ମୋହନ ସିଂ କରଞ୍ଜିଆ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ଘଟଣାସ୍ଥଳରେ ରରୁଆଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଦୁର୍ଘଟଣାର ଏକ ଘଣ୍ଟା ପରେ ପ୍ରଶାନ୍ତି ଏବଂ ପ୍ରଶାନ୍ତି ବସ ଡ୍ରାଇଭର କରଞ୍ଜିଆ ଥାନାରେ ଆତ୍ମସମର୍ପଣ କରିଛି । ତେବେ ଦୁଇ ଦିନ ପୂର୍ବରୁ ଟାଟା କରଞ୍ଜିଆ ରାସ୍ତାରେ ବସ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଅଞ୍ଚଳରେ ବସ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ସଡକ ସୁରକ୍ଷା ନେଇ ସାଧାରଣରେ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବସ୍ ଚାପାରେ ବାଇକ ଆରୋହୀ ଓ ଚାଳକର ଶୋଚନୀୟ ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଖିଚିଂ - କରଞ୍ଜିଆ ରାସ୍ତା କାଶିଆ ଜଙ୍ଗଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପ୍ରଶାନ୍ତି ଏବଂ ପ୍ରଶାନ୍ତି ନାମକ ଏକ ଘରୋଇ ବସଟି ଦ୍ରୁତ ଗତିରେ ଏକ ମଟର ସାଇକେଲ କୁ ଧକ୍କାଦେଇ ମଟର ସାଇକେଲ ଉପରେ ବସଟି ଚଢି ଯିବା ଫଳରେ ଘଟଣା ସ୍ଥଳରେ ହିଁ ଜନୈକ ଯୁବକ ଶ୍ୟାମ ତିରିଆଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ବ୍ରଜ ମୋହନ ସି ନାମକ ଯୁବକ କରଞ୍ଜିଆ ମେଡିକାଲରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା। ଉଭୟଙ୍କ ଘର କେନ୍ଦୁଝର ଜିଲ୍ଲାର ବ୍ରାହ୍ମଣୀପାଳ ରେ ବୋଲି ଜଣାପଡିଛି। ତେବେ ରରୁଆଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି ।ତେବେ ଏପରି ଘଟଣା ପ୍ରତ୍ୟେକ ଦିନ ଘଟୁଥିଲେ ମଧ୍ୟ ଦ୍ରୁତ ଗତି ଏବଂ ମଦ ପାଇଁ ଅକାଳରେ ନିରୀହ ଜୀବନ ଚାଲିଯାଉଥିଲେ ମଧ୍ୟ ସରକାରଙ୍କ ନୂତନ ମଟର ଯାନ ନିୟମ କିଛି କାର୍ଯ୍ୟ କରୁଥିବା ପରି ମନେ ହେଉନି ।ତେଣୁ ଦୁର୍ଘଟଣା ରକିବା ପାଇଁ ହେଲେ ଏହାଠାରୁ ଆହୁରୁ କଠୋର ଦଣ୍ଡ ବ୍ୟବସ୍ଥା କରିବା ସହିତ ଦୁର୍ଘଟଣା ଘଟାଉଥିବା ଚାଳକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।ତେବେ ଦୁର୍ଘଟଣାର ଏକ ଘଣ୍ଟା ପରେ ପ୍ରଶାନ୍ତି ଏବଂ ପ୍ରଶାନ୍ତି ନାମକ ବସ କରଞ୍ଜିଆ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।ତେବେ ଦୁଇ ଦିନ ପୂର୍ବରୁ ଟାଟା କରଞ୍ଜିଆ ବସ ଦୁର୍ଘଟଣାରେ ମଧ୍ୟ ଜଣେ ଶ୍ରମିକଙ୍କ ଅକାଳରେ ମୃତ୍ୟୁ ହୋଇଥିଲା ।ତେବେ ଏପରି ଘଟଣା ପ୍ରତେକ ଦିନ କେଉଁ ନା କେଉଁ ଜାଗାରେ ଘଟୁଥିବାରୁ ବସ୍ ମାଲିକ ମାନେ ଏବେ ଚିନ୍ତାରେ ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.