ETV Bharat / state

ସମସ୍ୟା ଘେରରେ ବାରିପଦା ପୌରାଞ୍ଚଳ, ସମାଧାନ ପାଇଁ ଭଞ୍ଜସେନାର ବିକ୍ଷୋଭ

author img

By

Published : Sep 6, 2021, 5:10 PM IST

ମୟୂରଭଞ୍ଜ ବାରିପଦା ପୌରପାଳିକାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଣରାଜନୈତିକ ସଂଗଠନ ଭଞ୍ଜସେନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରିପଦା: ବାରିପଦା ପୌରପାଳିକାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଆଜି(ସୋମବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭଞ୍ଜସେନା ବାରିପଦାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛି ।

ବାରିପଦାରେ ମ୍ୟୁନିସିପାଲଟିର ଘୋର ସମସ୍ୟା, ସମାଧାନ ପାଇଁ ଭଞ୍ଜସେନାର ବିକ୍ଷୋଭ

ସେନା ପକ୍ଷରୁ ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ୨୮ ଗୋଟି ୱାର୍ଡର ବିଭିନ୍ନ ସମସ୍ୟା ନେଇ ୬ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଭଞ୍ଜସେନାର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା କରିଥିଲେ । ଏହି ବିକ୍ଷୋଭ ସେନାର ସଭାପତି ପ୍ରୀତମ ପଣ୍ଡାଙ୍କ ନେତୃତ୍ବରେ ପ୍ରଦର୍ଶନ କରାଯାଇଛି । ମୁଖ୍ୟ ଦାବି ଗୁଡିକ ହେଉଛି ବାରିପଦା ପୌରାଞ୍ଚଳର ଭୂମିହୀନ ଲୋକଙ୍କୁ ଏବଂ ଉଚିତ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯିବା ସହିତ ପୌରାଞ୍ଚଳରେ ଲୋକଙ୍କୁ ଦୁର୍ଘଟଣା ଓ ଚୋରୀରୁ ବର୍ତ୍ତିବା ପାଇଁ ତୁରନ୍ତ ସହରରୁ ଅନ୍ଧାରୀକରଣକୁ ଦୂର କରି ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଉ, କୋରୋନା ମହାମାରୀ ଭୟାବହତାରୁ ସହରକୁ ଓ ସହରବାସୀଙ୍କୁ ସୁରକ୍ଷା ତଥା ଏକ ଉନ୍ନତ ବାତାବରଣ ପରିବେଶ ପାଇଁ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉ ।

ସେହିପରି ବାରିପଦା ପୌର ପରିଷଦରେ ସ୍ଥାୟୀ ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ନିଯୁକ୍ତି କରାଯାଉ । ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ହେଉଥିବା ଅସୁବିଧାକୁ ତୁରନ୍ତ ଦୂର କରାଯାଉ, ପୌରାଞ୍ଚଳର ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ପାଇଁ ସ୍ବତନ୍ତ୍ର ୨୪ ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯାଉ । ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏହି ସମସ୍ୟା ବାବଦରେ କୌଣସି ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଭଞ୍ଜସେନା ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ସେନାର ସଭାପତି କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.