ETV Bharat / state

ବକେୟା EPF ଟଙ୍କା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ସଫେଇ କର୍ମୀ

author img

By

Published : Dec 9, 2021, 3:24 PM IST

ବକେୟା EPF ଟଙ୍କା ନ ମିଳିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ବାରିପଦା ପୌର ପରିଷଦ ସଫେଇ କର୍ମଚାରୀ । ଟଙ୍କା ନ ମିଳିଲେ ବାରିପଦା ବନ୍ଦ ଡାକରା ଦେବାକୁ ଦେଲେ ଚେତାବନୀ । ଅଧିକ ପଢନ୍ତୁ

ବକେୟା EPF ଟଙ୍କା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ସଫେଇ କର୍ମୀ
ବକେୟା EPF ଟଙ୍କା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ସଫେଇ କର୍ମୀ

ବାରିପଦା: ବାରିପଦା ପୌର ପରିଷଦ ଆଗରେ ସଫେଇ କର୍ମୀଙ୍କ ଆନ୍ଦୋଳନ । ୬ ମାସର ବାକେୟା ଇପିଏଫ୍(EPF ) ଟଙ୍କା ଦାବିରେ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ବିଗତ ମହାମାରୀ କାଳରୁ ସଫେଇ କର୍ମୀ ଜୀବନକୁ ବିପନ୍ନ କରି ସେବା ଯୋଗାଇ ଆସୁଥିବାବେଳେ ସେମାନଙ୍କ ପ୍ରତି ଏଭଳି ଅବହେଳା ହୋଇଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର ନିଜର ବକେୟା ଇପିଏଫ୍ ଟଙ୍କା ପାଇବା ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବାରିପଦା ବନ୍ଦ ଡାକରା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଠିକା ସଂସ୍ଥା ସହରର ସଫେଇ କାର୍ଯ୍ୟ କରୁଥିଲେ । ତାଙ୍କର କାର୍ଯ୍ୟକାଳ ସରିବା ପରେ ସଫେଇ କର୍ମଚାରୀଙ୍କ ବାକେୟା ରଖିଥିବା ୬ ମାସର ଇପିଏଫ୍(EPF ) ଟଙ୍କା ପୌର ପରିଷଦ କାର୍ଯ୍ୟାଳୟରେ ପ୍ରଦାନ କରିଥିବା ନେଇ ସଂସ୍ଥା ସୂଚନା ଦେଇଥିଲା । ପୌର ପରିଷଦ ଅଧିକାରୀ ମଧ୍ୟ ଏହି ବକେୟା ପ୍ରାପ୍ୟ ଗତ ଦୁର୍ଗାପୂଜା ସୁଦ୍ଧା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘ ଦିନ ବିତିଥିଲେ ମଧ୍ୟ ଉକ୍ତ ବକେୟା ଟଙ୍କା ଏ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ପ୍ରଦାନ କରାଯାଇନାହିଁ ।

ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଏକଜୁଟ ହୋଇ ସଫେଇ କର୍ମଚାରୀମାନେ ବାରିପଦା ପୌର ପରିଷଦ ଯାଇ ବକେୟା ଟଙ୍କା ପାଇବା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଯଦି ଯଥାଶୀଘ୍ର ବକେୟା ଥିବା ଇପିଏଫ୍(EPF ) ଅର୍ଥ ପ୍ରଦାନ ନ କରାଯାଏ, ତେବେ ଆଗାମୀ ଦିନରେ ବାରିପଦା ବନ୍ଦ ଡାକରା ଦେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.