ETV Bharat / state

Bee Attack: ବାଘୁଆ ମହୁମାଛି ଆକ୍ରମଣରେ ଯୁବକ ମୃତ - ମହୁମାଛି

ମ‌ହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯାହାକୁ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

Bees Attack: ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

author img

By

Published : Nov 22, 2021, 7:31 PM IST

ରାଇରଙ୍ଗପୁର: ମ‌ହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ଯାହାକୁ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ପାରସିଡିହି ଗାଁର ଯୁବକ କୃଷ୍ଣ ମୁଣ୍ଡା(୨୫) ନିଜ ଗାଁରେ ଏକ ଶୁଦ୍ଧି କ୍ରିୟା କର୍ମରେ ଯୋଗଦେବା ପାଇଁ ଯାଇଥିଲେ । ତେବେ ଶୁଦ୍ଧି କ୍ରିୟା କାର୍ଯ୍ୟ ନିମନ୍ତେ ଗୋଟିଏ ଗଛ ତଳେ ରୋଷେଇ କାର୍ଯ୍ୟ ଚାଲିଥିଲା।

Bees Attack: ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ସେହି ଗଛରେ ବାଘୁଆ ମହୁମାଛି ବସା ବାନ୍ଧି ରହିଥିବା ବେଳେ ରୋଷେଇ ହେଉଥିବା ଚୂଲିର ଧୂଆଁ ଯୋଗୁଁ ବାଘୁଆ ମହୁମାଛି ସେଠାରେ ଥିବା ଲୋକଙ୍କୁ ଆକ୍ରମଣ କରିଥିଲେ । ଫଳରେ କୃଷ୍ଣ ମୁଣ୍ଡା ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ସେପଟେ ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏ ଘଟଣାକୁ ନେଇ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.