ETV Bharat / state

ପୋଖରୀରେ ବୁଡି ଶ୍ରମିକ ମୃତ

ପୋଖରୀରେ ବୁଡି ଶ୍ରମିକ ମୃତ । ଏହିପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୁଣ୍ଡାଠାକୁରା ଗ୍ରାମରେ । ଅଧିକ ପଢନ୍ତୁ...

author img

By

Published : Sep 16, 2020, 7:47 PM IST

A worker drowned in the pond
ପୋଖରୀରେ ବୁଡି ଶ୍ରମିକ ମୃତ

ରାଇରଙ୍ଗପୁର: ପୋଖରୀରେ ବୁଡି ଶ୍ରମିକ ମୃତ । ଏହିପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୁଣ୍ଡାଠାକୁରା ଗ୍ରାମରେ ।

ମୁଣ୍ଡା ଠାକୁରା ସେବାଶ୍ରମ ବିଦ୍ୟାଳୟର ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ସୋମନାଥ ସର୍ଦ୍ଦାର ସେବାଶ୍ରମର ପଛପଟେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାକୁ ଯାଇ ତିନି ଚାରି ଘଣ୍ଟା ଧରି ନ ଫେରିବାରୁ ସେବାଶ୍ରମର ଠିକାଦାର ସଂସ୍ଥାର ସୁପରଭାଇଜର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ପୋଖରୀରେ ବୁଡି ଶ୍ରମିକ ମୃତ

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ପୋଖରୀ ଭିତରୁ ବୁଡି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.