ETV Bharat / state

ନିଆଁ ଆଁରେ ଶିମିଳିପାଳ, ସୁରକ୍ଷା ପାଇଁ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ - ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିମିଳିପାଳ ଅଭୟାରଣ୍ୟକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଜଶିପୁର ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

author img

By

Published : Mar 8, 2021, 3:31 PM IST

ରାଇରଙ୍ଗପୁର : ଶିମିଳିପାଳ ଅଭୟାରଣ୍ୟକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଜଶିପୁର ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଜଶିପୁର ସ୍ଥିତ ରରୁଆଁ ଛକ ଠାରୁ ଶିମିଳିପାଳ ପାଦଦେଶର ଦୁରଦୁରା ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ଶିମିଳିପାଳ ବଞ୍ଚାଅ ନାରା ଦେଇ ଗଣଦୌଡ କରାଯାଇଛି ।

ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବା ସହିତ ଶିମିଳିପାଳର ସୁରକ୍ଷା ପାଇଁ ଜଶିପୁର ଅଞ୍ଚଳର ପୂର୍ବତନ ବନ୍ୟପ୍ରାଣୀ ୱାର୍ଡେନ ଚକ୍ରଧର ହେମ୍ରମଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ, ପରିବେଶବିତ, ଗଣମାଧ୍ୟମ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି ଓ କିଛି ସ୍ଥାନୀୟ ଲୋକେ ଶିମିଳିପାଳ ବଞ୍ଚାଅ ନାରା ଦେଇ ଗଣ ଦୌଡ଼ରେ ସାମିଲ ହୋଇଥିଲେ । ଗଣଦୌଡ ପରେ ସେମାନେ ସ୍ବେଚ୍ଛାକୃତ ଭାବେ ଶିମିଳିପାଳକୁ ଯାଇ ନିଆଁ ଲିଭାଇବାରେ ବନବିଭାଗ ଓ ଅଗ୍ନିଶମ ବିଭାଗକୁ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.