ETV Bharat / state

ଆବର୍ଜନା ମୁକ୍ତ ହେବ ବାରିପଦା ସହର, ଖୋଲିଲା ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର

author img

By

Published : Nov 17, 2020, 5:01 PM IST

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥପୁରରେ ଏକ ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବିଭିନ୍ନ ସମୟରେ ବାରିପଦାରେ ଖୋଲା ଜାଗାରେ ଆବର୍ଜନା ପଡ଼ି ରହୁଥିବା ଦେଖିବାକୁ ମିଳୁଥିଲା। ଏହି ବର୍ଜ୍ଯବସ୍ତୁର ପୁନଃଉଦ୍ଧାର ପାଇଁ ଏହି ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର ଖୋଲା ଯାଇଛି। ଅଧିକ ପଢ଼ନ୍ତୁ...

ଆବର୍ଜନା ମୁକ୍ତ ହେବ ବାରିପଦା ସହର, ଖୋଲିଲା ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର
ଆବର୍ଜନା ମୁକ୍ତ ହେବ ବାରିପଦା ସହର, ଖୋଲିଲା ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର

ବାରିପଦା: ଆବର୍ଜନା ମୁକ୍ତ ହେବ ବାରିପଦା ସହର। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥପୁରରେ ଏକ ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ବିଭିନ୍ନ ସମୟରେ ବାରିପଦାରେ ଖୋଲା ଜାଗାରେ ଆବର୍ଜନା ପଡ଼ି ରହୁଥିବା ଦେଖିବାକୁ ମିଳୁଥିଲା। ଏହି ବର୍ଜ୍ଯବସ୍ତୁର ପୁନଃଉଦ୍ଧାର ପାଇଁ ଏହି ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର ଖୋଲା ଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସହରର ଆବର୍ଜନା ପଡ଼ି ରହୁଥିବାରୁ ରାସ୍ତାଘାଟ ଅପରିଷ୍କାର ହେବାସହ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇଛି। ଏହି ଅଣୁ ଜୈବଖତ ପ୍ରସ୍ତୁତି କେନ୍ଦ୍ର ଦ୍ବାରା ବିଭିନ୍ନ ସ୍ଥାନରେ ପଡ଼ୁଥିବା ଅଳିଆକୁ ଆବର୍ଜନାକୁ ଏକାଠି କରାଯିବ । ଏହାପରେ ଏହି ଆବର୍ଜନା ମଧ୍ୟରୁ ଶୁଖିଲା ଓ ଓଦା ଆବର୍ଜନାକୁ ଅଲଗା କରାଯିବ। ଏହାପରେ ଏହି ଆବର୍ଜନା ମଧ୍ୟରୁ କାଚ ପ୍ଲାଷ୍ଟିକୁ ମଧ୍ୟ ଅଲଗା କରାଯିବ। ଏହି ପ୍ଲାଷ୍ଟିକ ଓ କାଚକୁ ବିଭିନ୍ନ କାରଖାନାକୁ ପଠାଇ ଦିଆଯିବ। ସେଠାରେ ଏହାର ପୁନଃ ବ୍ୟବହାର କରାଯିବ । ଏହାପରେ ଯେଉଁ ଜୈବ ଆବର୍ଜନା ବଳିବ, ସେଥିରୁ ଜୈବ ଖତ ତିଆରି କରାଯିବ ଓ ଚାଷୀଙ୍କୁ ବଣ୍ଟନ କରାଯିବ। ଏହାଦ୍ବାରା ଫସଲ ହେବା ସହ ଚାଷୀ ରାସାୟନିକ ସାର ବ୍ୟବହାରରୁ ନିବୃତ୍ତ ରହି ପାରିବେ । ଏନେଇ ଜିଲ୍ଲା ପକ୍ଷରୁ ସୂଚନା ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ବାରିପଦା ପୌରପରିଷଦ ପକ୍ଷରୁ ଏହି ଜୈବଖତ ପ୍ରସ୍ତୁତି କେନ୍ଦ୍ର ଆରମ୍ଭ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଅନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି। ସହରର ପ୍ରତ୍ୟେକ ୱାର୍ଡରୁ ସଂଗ୍ରହ କରାଯାଉଥିବା ଉଭୟ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା ଅଲଗା କରାଯାଇ ଏହାର ପୁନରୁଦ୍ଧାର କରାଯିବ। ଏହା ଦ୍ୱାରା ସହରର ସୁନ୍ଦର ସବୁଜ ପରିବେଶ ହେବା ସହ ବେକାର ଯୁବକ ଯୁବତୀ ରୋଜଗାରକ୍ଷମ ହେବେ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଦ ସୂଚନା ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.