ETV Bharat / state

ଅସହ୍ୟ ହେଲା ପଡୋଶୀଙ୍କ ନିର୍ଯାତନା, ଓଡିଆ ପରିବାରକୁ ଆଶ୍ରୟ ଦେଇଛି ଝାଡଖଣ୍ଡର ଗୁମ୍ଫା

ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗିରୀ ଗ୍ରାମପଞ୍ଚାୟତର ପାହାଡ ଉପରେ ଥିବା ମାଙ୍କଡଗୋଡା ଗାଁର ଏକ ପରିବାର ପଡୋଶୀଙ୍କ ପାଟିତୁଣ୍ଡ ଆଉ ସହି ପାରିଲେ ନାହିଁ । ଏଥିସହ ତାଙ୍କ ପାଖରେ ନାହିଁ ଭଲ ଘର ଖଣ୍ଡିଏ । ଏହି ସବୁରେ ଅତିଷ୍ଠ ହୋଇ ଝାଡ଼ଖଣ୍ଡ ରାଜ୍ୟର ଲାଖେଇଡିହି ଗାଁ ଶିଙ୍ଗଡାପାଣି ଜଙ୍ଗଲରେ ଥିବା ଏକ ଗୁମ୍ଫାରେ କାଠରେ ଘର ତିଆରି କରି 10ଦିନ ହେଲା ବସବାସ କରୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

author img

By

Published : May 27, 2020, 7:23 PM IST

ଜଙ୍ଗଲ ପାହାଡ ଗୁମ୍ଫାରେ ଜୀବନ କାଟୁଛନ୍ତି ଅସହାୟ ପରିବାର

ରାଇରଙ୍ଗପୁର: ଏବେବି ମଣିଷ ଗୁମ୍ଫାରେ ଜୀବନ ବିତାଉଛନ୍ତି କହିଲେ ଆପଣ ନିଶ୍ଚୟ ଆଚମ୍ବିତ ହେବେ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ସାମ୍ନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ଏକ ଅସହାୟ ପରିବାର ଜଙ୍ଗଲର ପାହାଡ଼ ଗୁମ୍ଫାରେ ଜୀବନ ଅତିବାହିତ କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋଟିଏ ପରିବାର ଦୀର୍ଘ ୧୦ ଦିନ ହେଲା ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫାରେ ଜୀବନ ବିତାଉଛନ୍ତି । ଯାହା ଅଞ୍ଚଳ ପାଇଁ ଲଜ୍ଜାର ବିଷୟ ପାଲଟିଛି ।

ଜଙ୍ଗଲ ପାହାଡ ଗୁମ୍ଫାରେ ଜୀବନ କାଟୁଛନ୍ତି ରାଇରଙ୍ଗପୁର ବ୍ଲକର ଅସହାୟ ପରିବାର

ସୂଚନାନୁଯାୟୀ, ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗିରୀ ଗ୍ରାମପଞ୍ଚାୟତର ପାହାଡ ଉପରେ ଥିବା ମାଙ୍କଡଗୋଡା ଗ୍ରାମରେ ଅଧିକାଂଶ ଖଡିଆ ସମ୍ପ୍ରଦାୟର ୧୬୪ ଜଣ ବାସିନ୍ଦା ବସବାସ କରନ୍ତି । ସେଠାକାର କିଛି ପରିବାର ଆବାସ ଯୋଜନାରେ ଘର ପାଇଥିବାବେଳେ କିଛି ବର୍ତ୍ତମାନ ସୁଦ୍ଧା ପାଇନଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ସେହି ଗାଁର ଶନିବାରୀଙ୍କ ପରିବାର ଗୋଟିଏ । ତାଙ୍କ ପରିବାରରେ ତାଙ୍କ ପୁଅ ବୁଧୁ ଦେହୁରୀ, ବୋହୂ ଶୁକୁରମଣି ଓ ୪ଟି ସନ୍ତାନ । ତେବେ ଅଭିଯୋଗ ଅନୁଯାୟୀ ଶନିବାରୀଙ୍କ ପଡୋଶୀ ଅଧିକାଂଶ ସମୟରେ ମଦ୍ୟପାନ କରି ପାଟିତୁଣ୍ଡ କରିବା ସହିତ ସେମାନଙ୍କ ସହ ଜମିବାଡ଼ି ବିବାଦ ମଧ୍ୟ ଲାଗି ରହିଥାଏ । ତେଣୁ ବାଧ୍ୟ ହୋଇ ତାଙ୍କ ପରିବାର ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ଲାଖେଇଡିହି ଗାଁ ଶିଙ୍ଗଡାପାଣି ଜଙ୍ଗଲରେ ଥିବା ଏକ ଗୁମ୍ଫାରେ କାଠରେ ଘର ତିଆରି କରି 10ଦିନ ହେଲା ବସବାସ କରୁଛନ୍ତି ।

ବଣ ଜଙ୍ଗଲ ଘେରା ଗୁମ୍ଫାଟି ଗାଁ ଠାରୁ ଦୂରରେ ଥିବାରୁ କୌଣସି ଲୋକ ସେଠାକୁ ଯାଇ ନଥାନ୍ତି । ତେବେ କୌଣସି ପ୍ରକାର ଲାଖେଇଡିହି ଗ୍ରାମ ମୁଖିଆଙ୍କ ଠାରୁ ଶନିବାରୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଖବର ପାଇଥିଲେ ଝାଡ଼ଖଣ୍ଡ ରାଜ୍ୟ ପଟକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସଞ୍ଜୀବ ସର୍ଦ୍ଦାର । ସଞ୍ଜୀବ ସର୍ଦ୍ଦାର ତୁରନ୍ତ ସୀମାନ୍ତବର୍ତ୍ତି ଲାଖେଇଡିହି ଗ୍ରାମକୁ ଯାଇ ୧୪ କିଲୋମିଟର ଉଚ୍ଚ ପାହାଡିଆ ରାସ୍ତାରେ ଚାଲିଚାଲି ଜଙ୍ଗଲ ମଧ୍ୟରେ ଥିବା ଗୁମ୍ଫା ପାଖକୁ ପହଞ୍ଚି ଥିଲେ । ଶନିବାରୀଙ୍କ ପରିବାର ଲୋକଙ୍କୁ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଥିବା ଦେଖି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଶନିବାରୀଙ୍କ ପରିବାରର ଏପରି ଦୁର୍ଦ୍ଦଶା ଦେଖି ସେ ମର୍ମାହତ ହୋଇ ଯାଇଥିଲେ । ଜଙ୍ଗଲରେ ଶନିବାରଙ୍କ ପରିବାର ଝରଣା ପାଣି ପିଇବା ସହିତ ଜଙ୍ଗଲ ଜାତ ଦ୍ରବ୍ୟ ଖାଇ ଜୀବନ ଅତିବାହିତ କରି ରହୁଥିଲେ । ଏହା ଦେଖି ବିଧାୟକ ସଞ୍ଜୀବ ସର୍ଦ୍ଦାର ସେମାନଙ୍କୁ ମାସେ ପର୍ଯ୍ୟନ୍ତ ଚଳିବା ପାଇଁ ଚାଉଳ, ଡାଲି, ସାବୁନ, ତେଲ, ଲୁଣ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏହା ବ୍ୟତୀତ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ବିଧାୟକ ।

ତେବେ ଏ ସମ୍ପର୍କରେ ରାଇରଙ୍ଗପୁର ବ୍ଲକର ଉପାଧ୍ୟକ୍ଷ ତଥା ଗୁହାଳଡାଙ୍ଗିରୀ ସମିତି ସଭ୍ୟ ଗୁଲାପ ମୁଣ୍ଡାରୀଙ୍କ ମତାମତ ନେବାରୁ ଶନିବାରୀଙ୍କ ପରିବାର କିଛି ଦିନ ହେବ ଗାଁରୁ କୁଆଡେ ପଳାଇ ଯାଇଥିବା ପ୍ରକାଶ କରିଥିଲେ । ତା ସହିତ ଲକଡାଉନ୍ ଯୋଗୁଁ ଆବାସ୍ ଯୋଜନାରେ ଗୃହ ଖଣ୍ଡିଏ ମଞ୍ଜୁର ହୋଇଥିଲେ ମଧ୍ୟ ଆବଶ୍ୟକୀୟ କାଗଜପତ୍ର ଅଭାବରୁ ତାଙ୍କୁ ଘର ମିଳିପାରି ନାହିଁ । ଯଥାଶୀଘ୍ର ତାଙ୍କୁ ନିଜ ଗାଁକୁ ଅଣାଯାଇ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.