ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ କରି ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କରିବା ସହ ପ୍ରଚୁର ପରିମାଣରେ ମହୁଲପୋଚ ମଧ୍ୟ ନଷ୍ଟ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଭାଲୁଜୁଡି ଗ୍ରାମ ନିକଟସ୍ଥ ନଦୀ କୂଳରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି ।
ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୪୫ ଲିଟର ଦେଶୀ ମଦ ଜବତ କରାଯାଇଛି । ତା ସହିତ ମୋଟ ୨୪୦୦ କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି । ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢ଼ାଉ କରିଥିବା ଜଣାପଡିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ