ରାଇରଙ୍ଗପୁର: ବେଆଇନ ଲୁହାପଥର ଚାଲାଣବେଳେ ବନ ବିଭାଗର ରାତିଅଧିଆ ଚଢାଉ । ରାଇରଙ୍ଗପୁର ବାମନଘାଟି ଉପଖଣ୍ଡରେ ବେଆଇନ ଭାବେ ଚୋରାରେ ଲୁହାପଥର ଚାଲାଣ ହେଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ଏନେଇ 2 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ଏସମ୍ପର୍କରେ ଖବର ପାଇ ବୁଧବାର ବିଶୋଇ ରେଞ୍ଜ ଅଧିନରେ ଥିବା ଦ୍ବାରଶୁଣୀ ଘାଟିରେ ବିଶୋଇ ବନବିଭାଗ ରାତିଅଧିଆ ଚଢାଉ କରିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅଧିନ ଦ୍ବାରଶୁଣି ଘାଟି ଅଞ୍ଚଳରୁ ବିଳମ୍ବିତ ରାତିରେ ଲୁହାପଥର ଚୋରା ଚାଲାଣ କରୁଥିବା ବେଳେ ଗୋଟିଏ ହାଇୱା ଓ ଗୋଟିଏ ଟ୍ରାକ୍ଟରକୁ ଜବତ କରିଛି ବନବିଭାଗ।
ଝାଡ଼ଖଣ୍ଡ ରାଜ୍ୟ ଜମସେଦପୁର ଆଦିତ୍ୟପୁର ଅଞ୍ଚଳର ହାଇୱା ଚାଳକ ରାନ ବିଜୟ ସିଂ ଓ ହାଇୱାରେ ଥିବା ଏଜେଣ୍ଟ ଆଶୁତୋଷ ସିଂହକୁ ଗିରଫ କରିଥିବା ବେଳେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ ଝାଡ଼ଖଣ୍ଡ ରାଜ୍ୟକୁ ଚୋରାରେ ଲୁହା ପଥର ଚାଲାଣ କରାଯାଉଥିବା ବେଳେ ବିଶୋଇ ରେଞ୍ଜ ଅଧିକାରୀ ହାଇୱା ଓ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ