ETV Bharat / state

ମୟୂରଭଞ୍ଜରେ 17 ନୂଆ ଆକ୍ରାନ୍ତ ଚିହ୍ନଟ

ମୟୂରଭଞ୍ଜ ଜିଲ୍ଲାରେ କୋରୋନା ସଂକ୍ରମଣ କମୁଥିବା ବେଳେ 17 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

17 new corona positives identified in Mayurbhanj
ଆଜି ମୟୂରଭଞ୍ଜରେ 17 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Dec 18, 2020, 6:35 PM IST

ମୟୂରଭଞ୍ଜ: ଜିଲ୍ଲାରେ ଧୀରେ ଧୀରେ କୋରୋନା ସଂକ୍ରମଣ କମିବାରେ ଲାଗିଛି । ଶୁକ୍ରବାର ଜିଲ୍ଲାରୁ ନୂଆ 17 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 18 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 13 ହଜାର 656ରେ ପହଞ୍ଚିଛି । ତେବେ ଜିଲ୍ଲାରୁ ମୋଟ 13 ହଜାର 450 ଜଣ ସୁସ୍ଥ ହୋଇଛନ୍ତି ଏବଂ 116 ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ 87 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ସଂକ୍ରମିତଙ୍କ ସଂଖ୍ୟାରେ ଜିଲ୍ଲାର ସଦର ମହକୁମା ବାରିପଦା ସର୍ବାଧିକ ରହିଛି। ଶୁକ୍ରବାର ଚିହ୍ନଟ 17 ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ୍‌ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.