ETV Bharat / state

ମୟୂରଭଞ୍ଜରୁ ପୁଣି ୧୩୪ କୋରୋନା ପଜିଟିଭ ଚିହ୍ନଟ

ମୟୂରଭଞ୍ଜ ଜିଲ୍ଲାରେ ପୁଣି ୧୩୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ଏନେଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୬୨ ରେ ପହଞ୍ଚିଛି । ଅଧିକ ପଢନ୍ତୁ....

134 new Corona positive identified in Mayurbhanj
ମୟୁରଭଞ୍ଜରୁ ପୁଣି ୧୩୪ କୋରୋନା ପଜିଟିଭ ଚିହ୍ନଟ
author img

By

Published : Oct 9, 2020, 6:59 PM IST

ବାରିପଦା: ମୟୁରଭଞ୍ଜ ଜିଲ୍ଲାରୁ ଶୁକ୍ରବାର ପୁଣି ୧୩୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୬୨ ରେ ପହଞ୍ଚିଛି ।

ମୟୁରଭଞ୍ଜରୁ ପୁଣି ୧୩୪ କୋରୋନା ପଜିଟିଭ ଚିହ୍ନଟ

ତେବେ ଜିଲ୍ଲାରୁ ମୋଟ ୭୮୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧୩୨୫ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୃତ୍ୟୁ ସଂଖ୍ୟା ୩୩ କୁ ବୃଦ୍ଧି ହୋଇଛି ।

ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି । ଶୁକ୍ରବାର ଚିହ୍ନଟ ୧୩୪ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.