ETV Bharat / state

ସହିପାରିଲେନି ସ୍ବାମୀଙ୍କ ବିୟୋଗ, ଏକା ସାଙ୍ଗେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ଜୁଇ - ମାଲକାନଗିରିର ଖବର

ସହିପାରିଲେନି ସ୍ବାମୀଙ୍କ ବିୟୋଗ । ମାଲକାନିଗିରେ ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ପରେ ଆଖି ବୁଜିଲେ ପତ୍ନୀ । ଅଧିକ ପଢନ୍ତୁ

husband wife die together in Malkangiri
husband wife die together in Malkangiri
author img

By ETV Bharat Odisha Team

Published : Nov 18, 2023, 4:00 PM IST

Updated : Nov 18, 2023, 4:37 PM IST

ସହିପାରିଲେନି ସ୍ବାମୀଙ୍କ ବିୟୋଗ, ଏକା ସାଙ୍ଗେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ଜୁଇ

ମାଲକାନଗିରି: ମୃତ୍ୟୁ ବି କରିପାରିଲାନି ଅଲଗା । ସାଥୀରେ ପଛକୁ ପଛ ଚାଲିଗଲେ ସ୍ବାମୀ ସ୍ତ୍ରୀ । ସ୍ବାମୀଙ୍କ ମୃତ୍ୟୁ ଦୁଃଖ ସହି ପାରିଲେ ନାହିଁ ପତ୍ନୀ । ଆଉ ସ୍ବାମୀଙ୍କ ମୃତଦେହ ଦେଖି ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ । ଆଉ ଶେଷରେ ଇହ ଜଗତକୁ କହିଲେ ଅଲବିଦା । ସ୍ବାମୀଙ୍କ ମୃତ୍ୟୁର ମାତ୍ର ଘଣ୍ଟାଏ ପରେ ପତ୍ନୀ ଆଖି ବୁଜିଥିବା ଜଣାପଡ଼ିଛି । ଫଳରେ ଏକା ସାଙ୍ଗରେ ଜଳିଲା ସ୍ବାମୀ ସ୍ତ୍ରୀଙ୍କ ଜୁଇ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ମାଲକାନିଗିରି ଜିଲ୍ଲା ବାଲିମେଳା ଅଞ୍ଚଳରେ ଦେଖିବାକୁ ମିଳିଛି ।

ସାତ ଜନ୍ମର ସାଥୀ ହୋଇ ବାହା ହୋଇଥିଲେ । ସାଥୀରେ ଜିଇଁବା ଓ ସାଥୀରେ ମରିବା ନେଇ ଶପଥ ନେଇଥିଲେ । ଆଉ ଯେତେବେଳେ ସ୍ବାମୀ ପର କରି ଚାଲିଗଲେ, ଏହି ଦୁଃଖକୁ ସହ୍ୟ କରିପାରିଲେ ନାହିଁ ପତ୍ନୀ । ସ୍ବାମୀଙ୍କ ମୃତ୍ୟୁର ଏକ ଘଣ୍ଟା ପରେ ନିଜର ପ୍ରାଣ ତ୍ୟାଗ କରିଥିଲେ ପତ୍ନୀ । ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅନ୍ତର୍ଗତ ୧୨ ନଂ ୱାର୍ଡରେ । ହରି କୁଲଦିପ ନାମକ ଜଣେ ଦିନ ମଜୁରିଆ ଯିଏକି ୱାର୍ଡ ନଂ ୧୨ରେ ରହୁଥିଲେ । ନିଜର ତିନୋଟି ସନ୍ତାନ ସହ ହସଖୁସିରେ ଜୀବନ ବିତାଉଥିଲ ।

ଏହା ବି ପଢନ୍ତୁ- ଅନନ୍ୟ ପ୍ରେମ, ଏକାଠି ଆଖି ବୁଜିଲେ ବୃଦ୍ଧ ଦମ୍ପତି

ତେବେ ଆଜି ହୃଦଘାତରେ ତାଙ୍କର ପରଲୋକ ହୋଇଥିଲ । ସ୍ବାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟରେ ଅତୁଟ ବନ୍ଧନ ରହିଥିଲା । ସ୍ତ୍ରୀ କମଳା କୁଲଦିପ ସ୍ବାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ଏବଂ ସ୍ବାମୀଙ୍କ ମର ଶରୀର ଆସିବା ପରେ ମୃତଦେହକୁ ଧରି ବାହୁନି ବାହୁନି ହୋଇ କାନ୍ଦି ଶେଷରେ ଅଚେତ ହୋଇ ପଡିଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଅଚେତ ଅବସ୍ଥାରେ ବାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ସ୍ବାମୀଙ୍କ ମୃତ୍ୟୁ ପରେ ସେ ମର୍ମାହତ ହେବା ସହ ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ କରି ନ ପାରି ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକମାନେ ଉଭୟ ମର ଶରୀରକୁ ଗୋଟିଏ ଚିତାରେ ରଖି ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ୩ ସନ୍ତାନ ଅନାଥ ହୋଇଯାଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated : Nov 18, 2023, 4:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.