ETV Bharat / state

ହକ୍‌ ପାଇଁ ଜଳଯାତ୍ରାରେ ସ୍ବାଭିମାନ ଅଞ୍ଚଳବାସୀ

ସ୍ବାଭିମାନ ଅଞ୍ଚଳର 5ଟି ପଞ୍ଚାୟତ ନିଜ ମୌଳିକ ସୁବିଧା ପାଇଁ ଜଳଯାତ୍ରା କରି ଚିତ୍ରକୋଣ୍ଡା ସ୍ପିଲୱେରେ ପହଞ୍ଚିଛନ୍ତି । ଆଜି ରାତିରେ ଚିତ୍ରକୋଣ୍ଡାରେ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ମାଲକାନଗିରି ଅଭିମୁଖେ ଯାତ୍ରା କରିବେ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି
author img

By

Published : Aug 25, 2019, 10:34 PM IST

ମାଲକାନଗିରି: ସ୍ବାଧୀନତାର 73 ବର୍ଷ ପରେ ବି ଆଜି ବି କିଛି ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ତନ୍ମଧ୍ୟରୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଅନ୍ୟତମ । ସ୍ବାଭିମାନ ଅଞ୍ଚଳର 5ଟି ପଞ୍ଚାୟତ ଯଥା ଯନ୍ତ୍ରୀ, ପଣସପୁଟ, ଯୋଡାମ୍ବ, ଅଣ୍ଡରାପାଲି ଓ ଗାଜଲ ମାମୁଡି ଆଜି ବି ଗମନାଗମନ, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ଏସବୁ ପ୍ରକାର ସୁବିଧା ପାଇବାକୁ ବିଚ୍ଛିନ୍ନାଞ୍ଚଳବାସୀ ବାରମ୍ବାର ମେଳି କରି ଦାବି ଜଣାଇଛନ୍ତି । କିନ୍ତୁ ସେମାନଙ୍କୁ ଆଜି ଯାଏଁ କୌଣସି ସୁଫଳ ମିଳିନାହିଁ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ଫଳରେ ବାଧ୍ୟହୋଇ ଏହି 5ଟି ଗ୍ରାମର ଶହ ଶହ ଆଦିବାସୀ ଆଜି ପୋଲିସ ଓ ପ୍ରଶାସନକୁ ଚକମା ଦେଇ ଡଙ୍ଗା ଓ ମୋଟର ବୋଟ ମାଧ୍ୟମରେ ଜଳଯାତ୍ରା କରି ଚିତ୍ରକୋଣ୍ଡା ସ୍ପିଲୱେରେ ପହଞ୍ଚିଛନ୍ତି । ଆଜି ରାତିରେ ଚିତ୍ରକୋଣ୍ଡାରେ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ମାଲକାନଗିରି ଅଭିମୁଖେ ଯାତ୍ରା କରିବେ । ସେଠାରେ ନିଜ ହକ୍‌ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣ ଧାରଣା ଦେବା ନେଇ ସୂଚନା ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ବାସୀ ନିଜର ଉନ୍ନତି ପାଇଁ ଦୀର୍ଘ ସମୟ ଜଳଯାତ୍ରା କରି ପହଁଞ୍ଚିଲେ ଚିତ୍ରକୋଣ୍ଡା ଅଞ୍ଚଳରେ ।

Body:ବିଶେଷ କରି ବର୍ତ୍ତମାନ ସୁଦ୍ଧା ସ୍ୱାଭିମାନ ଅଂଚଳର 5ଟି ପଂଚାୟତ ଯଥା ଯନ୍ତ୍ରି, ପଣସପୁଟ, ଯୋଡ଼ାମ୍ବ, ଅଣ୍ଡରାପାଲି, ଓ ଗାଜଲ ମାମୁଡ଼ି କୁ ପଂହଁଚି ପାରୁନଥିବା ମୌଳିକ ସୁବିଧା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଓ ଗମନା ଗମନ ପଂହଁଚି ପାରି ନଥିବାରୁ ବିଛିନ୍ନାଞ୍ଚଳ
ବାସୀ ବାରମ୍ବାର ମେଳି କରି ଦାବି ଜଣାଇ ଆସିଛନ୍ତି କିନ୍ତୁ ଆଜି ପ୍ରଯ୍ୟନ୍ତ ପ୍ରଶାସନ କିଛି ମଧ୍ୟ ପଦକ୍ଷେପ ନେଇ ନଥିବାରୁ ଦୀର୍ଘ ଦିନର ନୀରବତା ପରେ ପୁଣି ହଜାର ହଜାର ଆଦିବାସୀ ନିଜର ହକ୍କ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ପୋଲିସ ଓ ପ୍ରଶାସନକୁ ଚକମା ଦେଇ ଆଜି ଶହ ଶହ ଆଦିବାସୀ ଡଙ୍ଗା, ଓ ମୋଟର ଲୋଞ୍ଚ ମାଧ୍ୟମରେ ଚିତ୍ରକୋଣ୍ଡା ସ୍ପିଲୱେରେ ପହଁଚି ଏକଜୁଟ ହୋଇଛନ୍ତି ନିଜର ସମସ୍ୟା ପ୍ରଶାସନ ପାଖରେ ଜଣାଇବା ପାଇଁ । Conclusion:ଚିତ୍ରକୋଣ୍ଡା ରେ ରାତ୍ରି ଯାପନ ପରେ ସକାଳେ ମାଲକାନଗିରି ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଏବଂ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଗଣ ଧାରଣ ଦେବେ ବୋଲି ଜଣା ପଡ଼ିଛି ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.