ETV Bharat / state

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୫ତମ ଶ୍ରାଦ୍ଧ ଉତ୍ସବ

author img

By

Published : Aug 18, 2022, 10:55 PM IST

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୫ତମ ଶ୍ରାଦ୍ଧ ଉତ୍ସବମାଲକାନଗିରି ସଦର ମହକୁମା ସ୍ଥିତ ବୁଟିଗୁଡାଠାରେ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ

ମାଲକାନଗିରିରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୫ତମ ଶ୍ରାଦ୍ଧ ଉତ୍ସବ ପାଳିତ

ମାଲକାନଗିରି: ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ । ପରମପୁଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୫ତମ ଶ୍ରାଦ୍ଧ ଉତ୍ସବ ମାଲକାନଗିରି ସଦର ମହକୁମା ସ୍ଥିତ ବୁଟିଗୁଡାଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ବାମିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଳୁୁମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହି ଅବସରରେ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶିଷ୍ୟ ବ୍ରହ୍ମଚାରୀ ମାଧବ ଜୀ ମହାରାଜ ଜନ ସାଧାରଣଙ୍କୁ ସ୍ବାମୀଙ୍କ ବିଷୟରେ ଆଲୋକପାତ କରିଥିଲେ ।ଏହି ଅବସରରେ ବିଶ୍ୱହିନ୍ଦୁ ପରିସଦ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସହ ସମସ୍ତ ସନାତନ ପରିଷଦର କର୍ମୀମାନେ ଉପସ୍ଥିତ ଥିଲେ ।

ସୂଚନାଅନୁସାରେ, ୨୦୦୮ ମସିହା ଅଗଷ୍ଟ ୨୩ ଜନ୍ମାଷ୍ଟମୀ ରାତିରେ ଦୁର୍ବୃତ୍ତ ମାନେ ଆଶ୍ରମ ପରିସରରେ ପଶି ଅତି ନିର୍ମମ ଭାବେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କ ଚାରିସାଥୀଙ୍କୁ ହତ୍ୟା କରିଥିଲେ। ପରେ ଏହାକୁ ନେଇ କନ୍ଧମାଳ ଓ ରାଜ୍ୟର କେତେକ ଜିଲ୍ଲାରେ ଦଙ୍ଗା ବ୍ୟାପିଥିଲା। ତେବେ ପ୍ରତିବର୍ଷ ଏହି ଦିନକୁ ତାଙ୍କ ଅନୁଗାମୀମାନେ ଶ୍ରାଦ୍ଧ ବାର୍ଷିକୀ ଭାବେ ପାଳନ କରନ୍ତି ।

ଇଟିଭି ଭାରତ, ମାଲକାନଗିରି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.