ETV Bharat / state

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌: 3 ମୃତ, 10 ଗୁରୁତର - ପିକ୍‌ଅପ୍‌ ଭ୍ୟାନ୍‌

ଦୁର୍ଘଟଣାଗ୍ରସ୍ତ ହେଲା ପିକ୍‌ଅପ୍‌ ଭ୍ୟାନ୍‌ । ମାଥିଲି ଥାନା ଓ ପାଙ୍ଗାମ ଗ୍ରାମ ମଝିରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି
author img

By

Published : Feb 11, 2019, 5:02 PM IST

ମାଲକାନଗିରି: ଦିନ ଦ୍ବିପ୍ରହରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଲା ପିକ୍‌ଅପ୍‌ ଭ୍ୟାନ୍‌ । ମାଥିଲି ଥାନା ଓ ପାଙ୍ଗାମ ଗ୍ରାମ ମଝିରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତଗତିରେ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିବା ସନ୍ଦେହ କରାଯାଉଛି । ଏଥିରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

ଆହତମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତେଣୁ ସେମାନଙ୍କୁ ତୁରନ୍ତ ମାଲାକନଗିରି ଜିଲ୍ଲା ମେଡିକାଲକୁ ଅଣାଯିବାର ବ୍ୟବସ୍ଥା କରାଯାଉଛି ।

ମାଲକାନଗିରିରୁ ଜୟନ୍ତ କୁମାର ତିଆଡି, ଇଟିଭି ଭାରତ

Intro:Body:

ପଙ୍ଗୁ ପାଲଟିଛି ଶିକ୍ଷା ବିଭାଗ, ଖୋଲା ଆକାଶ ତଳେ ଶିକ୍ଷାଦାନ

ରାୟପୁର: ଛାତ୍ରଛାତ୍ରୀଙ୍କ ଉଚିତ ଶିକ୍ଷା ପାଇଁ ସରକାରଙ୍କ ଅନେକ ଯୋଜନା ହୋଇଛି । ସର୍ବଶିକ୍ଷା ଅଭିଯାନଠୁ ଆରମ୍ଭ କରି ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ପର୍ଯ୍ୟନ୍ତ । କିନ୍ତୁ ଛତିଶଗଡରେ ଦେଖିବାକୁ ମିଳିଛି ଶିକ୍ଷା ବିଭାଗର ନଗ୍ନ ଚିତ୍ର । ରାଜ୍ୟର ଅନେକ ସ୍ଥାନରେ ଶିକ୍ଷାର ଅତ୍ୟନ୍ତ ବିକଳାଙ୍ଗ ପରିସ୍ଥିତି ଦେଖିବାକୁ ମିଳିଛି । କେଉଁଠାରେ ଶ୍ରେଣୀଗୃହ ନାହିଁ ତ ଅନ୍ୟ କେଉଁଠାରେ ସ୍କୁଲ ଘରର ଛାତ ନାହିଁ । ରାଜ୍ୟର ବଳରାମପୁର ତାରାଭତୀ ଶିକ୍ଷା କେନ୍ଦ୍ର ଅବସ୍ଥା ସ୍ପଷ୍ଟ ବୟାନ କରୁଛି ଶିକ୍ଷା ବିଭାଗର ଅବହେଳା । 

ତେବେ ସେଠାକାର ସ୍କୁଲ ଶିକ୍ଷକଙ୍କ କହିବାନୁଯାୟୀ ବର୍ଷା ଦିନରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଏ । କାରଣ ବର୍ଷା ଦିନେ ସ୍କୁଲରେ ବସିବା ପାଇଁ କୌଣସି ସ୍ଥାନ ନାହିଁ । ଉପର ଅଧିକାରୀଙ୍କୁ ବାରମ୍ବାର କହିବା ସତ୍ତ୍ବେ ମଧ୍ୟ ସ୍କୁଲର ଅବସ୍ଥା ପ୍ରତି କେହି ଧ୍ୟାନ ଦେଉନଥିବା ସ୍କୁଲ ଶିକ୍ଷକ ଅଭିଯୋଗ କରିଛନ୍ତି । 

ତେବେ ସ୍କୁଲ କହିଲେ ଖାଲି କାନ୍ଥ । ଦୁଆର ଅଛି କିନ୍ତୁ ନାହିଁ ଛାତ । ଆଉ ଝରକା କଥା ନ କହିଲେ ଭଲ । ଚଟାଣରୁ ପ୍ଲାଷ୍ଟର ମଧ୍ୟ ଉଠିଲାଣି । ଶ୍ରେଣୀ ଗୃହ ଗୁଡିକର ଅବସ୍ଥା ମଧ୍ୟ ସାଂଘାତିକ । ଏପରି ଅବସ୍ଥାରେ ଖରାରେ ବସି ପାଠ ପଢି ଭବିଷ୍ୟତ ଗଢିବା ପାଇଁ ଛାତ୍ରଛାତ୍ରୀମାନେ ସ୍ବପ୍ନ ଦେଖୁଛନ୍ତି । ଛତିଶଗଡର ଏହି ଶିକ୍ଷାକେନ୍ଦ୍ରକୁ ଦେଖିଲେ ଜଣାପଡୁଛି ଦେଶରେ ସରକାରଙ୍କ ଯୋଜନା କେତେ ପ୍ରଣୟନ ହୋଇଛି । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.