ETV Bharat / state

Hockey world Cup: ଭାରତୀୟ ଟିମକୁ ସମର୍ଥନ ପାଇଁ ରାଉରକେଲାରେ OTOD ସଂଗଠନ

ଭାରତୀୟ ଦଳକୁ ସମର୍ଥନ କରିବାକୁ ରାଉରକେଲାରେ ପହଞ୍ଚିଲା ୱାନ ଟିମ ୱାନ ଡ୍ରିମ ସଂଗଠନ । ଅଧିକ ପଢନ୍ତୁ

author img

By

Published : Jan 13, 2023, 3:58 PM IST

Hockey World Cup Tournament
ରାଉରକେଲାରେ ପହଞ୍ଚିଲା ଓଟିଓଡି ସଂଗଠନ
ରାଉରକେଲାରେ ପହଞ୍ଚିଲା ଓଟିଓଡି ସଂଗଠନ

ରାଉରକେଲା: ଆଜିଠୁ ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ହକି ମହାକୁମ୍ଭ । ପୁରୁଷ ହକି ବିଶ୍ବକପର ପ୍ରଥମ ଦିନରେ ଚାରୋଟି ମ୍ୟାଚ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚ ଆରମ୍ଭ ହୋଇଯାଇଛି ଭୁବନେଶ୍ବରରେ । ସେହିପରି ଆଜି ସନ୍ଧ୍ୟା ସମୟରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ଲଢେଇ ହେବ । ଯାହା ଉପରେ ରହିଛି ପୁରା ଭାରତବାସୀଙ୍କ ନଜର । ଆଉ କେଇ ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହୋଇଯିବ ମ୍ୟାଚ । ସମୟ ଯେତିକି ପାଖେଇ ଆସୁଛି କ୍ରୀଡାପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍ସାହ ବଢୁଛି । ଭାରତ ଓ ସ୍ପେନ ମଧ୍ୟରେ ଲଢେଇ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ମ୍ୟାଚ ପୂର୍ବରୁ ବେଶ ଚଳଚଞ୍ଚଳ ହୋଇଉଠିଛି ରାଉରକେଲା । ଯୁଆଡେ ଦେଖିବେ ସିଆଡେ ହକି ଫିଭର । ଖେଳ ଦେଖିବାକୁ ବିଦେଶରୁ ତଥା ଜିଲ୍ଲା ବାହାରୁ ଦର୍ଶକଙ୍କ ସୁଅ ଛୁଟିଛି । ତେବେ ଭାରତୀୟ ହକି ଦଳକୁ ସମର୍ଥନ କରିବା ପାଇଁ ରାଉରକେଲା ପହଞ୍ଚିଛନ୍ତି OTODର ସଦସ୍ୟ ମାନେ । ୱାନ ଟିମ ୱାନ ଡ୍ରିମ ସଂଗଠନ ଭାରତୀୟ ହକି ଦଳକୁ ସମର୍ଥନ କରିବା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି । ୱାନ ଟିମ ୱାନ ଡ୍ରିମ ସଂଗଠନ ସାରା ବିଶ୍ୱରେ ଭାରତୀୟ ହକି ଦଳକୁ ବିଭିନ୍ନ ସ୍ଥାନକୁ ଯାଇ ସମର୍ଥନ ଜଣାଇଥାନ୍ତି। ଏହି ପରିପ୍ରେକ୍ଷିରେ ମ୍ୟାଚ ଆରମ୍ଭୱ ହେବା ପୂର୍ବରୁ ରାଉରକେଲାରେ ମଧ୍ୟ ପହଞ୍ଚିଛନ୍ତି ୱାନ ଟିମ ୱାନ ଡ୍ରିମ ସଂଗଠନ ।

ଏହା ମଧ୍ୟ ପଢନ୍ତୁ-Hockey World Cup: ବିଶ୍ବକପ ଲଢେଇ, ମ୍ୟାଚ ଦେଖିବାକୁ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ଆଜି ନିଜ ହୋମ ଗ୍ରାଉଣ୍ଡରେ ଭାରତ ହକି ଦଳ ନିଜର ପ୍ରଥମ ମ୍ୟାଚ ଖେଳିବ ଏବଂ ବିଶ୍ୱକପ ଟ୍ରଫି ପାଇଁ ଲଢ଼ି ଆଜିର ମ୍ୟାଚ ଜିତିବ ବୋଲି ଆଶା କରିଛନ୍ତି ୱାନ ଟିମ ୱାନ ଡ୍ରିମ ସଂଗଠନ। ତେବେ ଆଜିର ମ୍ୟାଚରେ ଭାରତ ବିଜୟୀ ହେବା ନେଇ ଆଶା ରଖିଛନ୍ତି ହକି ପ୍ରେମୀ । ଆଜି ମୁଖ୍ୟମନ୍ତ୍ରୀ ରାଉରକେଲାରେ ପହଞ୍ଚିବା ପରେ ଭାରତ-ସ୍ପେନ ମ୍ୟାଚ୍‌ ଦେଖିବେ । ଶୁକ୍ରବାର ରାତି ରାଉରକେଲାରେ କଟାଇବା ପରେ ଶନିବାର ସକାଳୁ ଭୁବନେଶ୍ବର ଅଭିମୁଖେ ବାହାରିବେ । ବିଶ୍ବକପ୍‌ ପାଇଁ ରାଉର​କେଲାରେ କ୍ରିଡା ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ହକି ମ୍ୟାଚ ଦେଖିବାକୁ ଆନ୍ୟ ରାଜ୍ୟର ଦର୍ଶକ ଓଡିଶାରେ ପହଞ୍ଚି ସାରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.