ETV Bharat / state

5 ମାସ ପରେ ଖୋଲିଲା ମାଲକାନାଗିରି ମର୍ଡର ମିଷ୍ଟ୍ରୀ, ହତ୍ୟାକାରୀ ଗିରଫ - police

ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ କଦମଗୁଡା ଛକରେ ଏକ ନାବାଳକକୁ ନିର୍ମମ ଭାବେ ହତ୍ୟା କରିଥିବା 4 ଅଭିଯୁକ୍ତକୁ ଦୀର୍ଘ 5 ମାସ ପରେ ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : May 14, 2019, 8:38 PM IST

ମାଲକାନଗିରି: ଦୀର୍ଘ 5 ମାସ ପରେ ପୋଲିସ ହାତରେ ଧରାପଡିଲେ ହତ୍ୟାକାରୀ । 4 ହତ୍ୟାକାରୀଙ୍କୁ ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ । ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ କଦମଗୁଡା ଛକରେ ଏକ ନାବାଳକକୁ ନିର୍ମମ ଭାବେ ହତ୍ୟା କରିଥିଲେ ଏହି ଅଭିଯୁକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାମୁତାବକ, ଗତ ଜାନୁଆରୀ ମାସ 15 ତାରିଖ ବିଳମ୍ବିତ ରାତିରେ ନାବାଳକ ପବିତ୍ର ଖିଲ କଦମଗୁଜା ଗ୍ରାମ ନିକଟ ଏକ କଲଭର୍ଟ ପାଖରେ ଦୁଇ ଜଣ ବନ୍ଧୁଙ୍କ ସହ ବସି କଥା ହେଉଥିଲେ । ଏହି ସମୟରେ ଅଭିଯୁକ୍ତ 4 ଜଣ ସେମାନଙ୍କ ପାଖକୁ ଆସି ଏଠାରେ କଣ କରୁଛ ବୋଲି ପ୍ରଶ୍ନ କରିବା ସହ ଝିଅ ବନ୍ଧୁଙ୍କ ସହ ଅସଦାଚରଣ କରିଥିଲେ । ଯାହାକୁ ପବିତ୍ର ବିରୋଧ କରିବା ସହିତ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ । ଘଟଣାଟି ପୋଲିସ ପାଖକୁ ଯିବା ପୂର୍ବରୁ ଅଭିଯୁକ୍ତ ମାନେ ପବିତ୍ରଙ୍କୁ ଏକ ପଥରରେ ଛେଚି ହତ୍ୟା କରିଥିଲେ । ଏଥିସହିତ ତା ନିକଟରେ ଥିବା ଫୋନକୁ ଛଡାଇ ନେଇଥିଲେ ।

ହତ୍ୟାକାଣ୍ଡ ପରେ ଚିତ୍ରକୋଣ୍ଡା ଏସଡିପିଓ ମାନସ ବାରିକ ଏକ ଟିମ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଜାରି ରଖିଥିଲେ । ଦୀର୍ଘ ୫ ମାସ ପରେ ଆଜି ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ମାନସ ବାରିକ୍ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.