ETV Bharat / state

ଜୁନ୍ ୫ରେ ଦଣ୍ଡକାରଣ୍ୟ ଅଞ୍ଚଳକୁ ସଂପୂର୍ଣ୍ଣ ବନ୍ଦ ଡାକରା ଦେଲା ମାଓବାଦୀ ସଂଗଠନ - ଦଣ୍ଡକାରଣ୍ୟ ଅଂଚଳକୁ ସଂପୂର୍ଣ୍ଣ ବନ୍ଦ ଡାକରା ଦେଇଛି ମାଓବାଦୀ ସଂଗଠନ

ଆସନ୍ତା ୫ ଜୁନରେ ଦଣ୍ଡକାରଣ୍ୟ ଅଂଚଳକୁ ସଂପୂର୍ଣ୍ଣ ବନ୍ଦ ଡାକରା ଦେଇଛି ସଂଗଠନ । ଅଧିକ ପଢନ୍ତୁ...

ଜୁନ୍ ୫ରେ ଦଣ୍ଡକାରଣ୍ୟ ଅଂଚଳକୁ ସଂପୂର୍ଣ୍ଣ ବନ୍ଦ ଡାକରା ଦେଇଛି ମାଓବାଦୀ ସଂଗଠନ

author img

By

Published : May 29, 2021, 8:23 PM IST

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦକ୍ଷିଣ ସବ୍ ଜୋନାଲ ବ୍ୟୁରୋ ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ନକ୍ସଲଙ୍କୁ କୋରୋନା ସଂକ୍ରମିତ ଖବର ପୋଲିସ ତରଫରୁ ମିଥ୍ୟା ପ୍ରଚାର କରାଯାଉଥିବା ଏବଂ ସିଲଗେରରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରିବା ପରେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ସେମାନଙ୍କ ଉପରେ ଗୁଳି ଚଳାଇବା ଘଟଣାକୁ ନିନ୍ଦା କରିଛି ମାଓ ସଂଗଠନ ।

ଏଥିପାଇଁ ଆସନ୍ତା ୫ ଜୁନରେ ଦଣ୍ଡକାରଣ୍ୟ ଅଂଚଳକୁ ସଂପୂର୍ଣ୍ଣ ବନ୍ଦ ଡାକରା ଦେଇଛି ସଂଗଠନ । ପୋଲିସ ଦ୍ବାରା କରାଯାଉଥିବା ଅପ ପ୍ରଚାରକୁ ମାଓ ସଂଗଠନ ମିଥ୍ୟା ବୋଲି କହିଛି । ନକ୍ସଲ ଏବଂ ସୀମାନ୍ତ ଗ୍ରାମବାସୀଙ୍କୁ କୋରୋନା ସଂକ୍ରମଣ କରିନାହିଁ। କିନ୍ତୁ ପୋଲିସକୁ କୋରୋନା ହୋଇଥିବା ସେମାନେ ପ୍ରକାଶ କରିଛନ୍ତି।

ପିଏଲଜିଏ ଡାକ୍ତରମାନେ ଜନତାଙ୍କୁ ଏବଂ ମାଓବାଦୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ପ୍ରଦାନ କରିଆସୁଛନ୍ତି । କିନ୍ତୁ ମ୍ୟାଲେରିଆରେ ଆମର କମ୍ରେଡ ରୁପୀ ଏବଂ ବନୋଜାଙ୍କର ମୃତ୍ୟୁ ହେବା ପରେ ଏହାକୁ ପୋଲିସ କୋରୋନାରେ ମୃତ୍ୟୁ କହି ପ୍ରଚାର କରୁଛି।

ଆମର ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ଲକଡାଉନ ଯୋଗୁଁ ସେମାନଙ୍କୁ ଅନ୍ୟତ୍ର ନେଇ ଚିକିତ୍ସାର ସୁବିଧା ପାଇନଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ସଂଗଠନ ସ୍ପଷ୍ଟ କରିଛି । ଲକଡାଉନ ଚାଲିଥିଲେ ମଧ୍ୟ ପୋଲିସ ଦୁର୍ଗମ ଅଞ୍ଚଳରେ ପଶି ଲୋକଙ୍କୁ ମାରପିଟ କରିବା, ସେମାନଙ୍କ ଉପରେ ଅତ୍ୟାଚର କରିବା ଜାରି ରଖିଛନ୍ତି ।

ସିଲଗେର ଗ୍ରାମରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରିବା ପରେ ହଜାର ହଜାର ଗ୍ରାମବାସୀ ଏହାକୁ ବିରୋଧ କରିବା ପରେ ଯବାନଙ୍କ ଦ୍ବାରା ଅତର୍କିତ ଗୁଳି ଚଳାଯାଇଥିଲା। ଯାହାଫଳରେ ୩ ଜଣ ଗ୍ରାମବାସୀଙ୍କର ଅକାଳ ବିୟୋଗ ହୋଇଥିଲା। ଏଥିସହ ଶତାଧିକ ଲୋକ ଆହତ ମଧ୍ୟ ହୋଇଥିଲେ। କ୍ୟାମ୍ପ ନହଟିବା ଯାଏଁ ଜନତା ଏଠାରେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ତେଣୁ ଆସନ୍ତା ଜୁନ ୫ ତାରିଖରେ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

For All Latest Updates

TAGGED:

Naxal letter
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.