ETV Bharat / state

ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି - ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ

ସରକାରୀ ଜାଗାରେ ଘର କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଟାୟାର ଜାଳି ଓ ଗଛ ପକାଇ ରାସ୍ତାରୋକ କଲେ ଉତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ

ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

author img

By

Published : Jun 9, 2022, 1:50 PM IST

ମାଲକାନଗିରି: ସରକାରୀ ଜାଗାରେ ଘର କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଏମ.ଭି.126 ଗାଁରେ ଏହି ଘଟଣା ପ୍ରକାଶ ପାଇଛି । ଗାଁର କିଛି ବଙ୍ଗାଳୀ ଲୋକ ମୁଖ୍ୟ ରାସ୍ତାକଡରେ ଥିବା ସରକାରୀ ଜମିରେ ଦୋକାନ ଓ ଘର ନିର୍ମାଣ କରି ରହିଆସୁଛନ୍ତି । ନିକଟସ୍ଥ ଜାକଲଗୁଣ୍ଡି ଗ୍ରାମର ସ୍ଥାନୀୟ କିଛି ଆଦିବାସୀ ଯୁବକ ଏଠାରେ ତାର ବାଡ ପକାଇ ଏହା ତାଙ୍କର ଜାଗା ବୋଲି ଦାବି କରିଛନ୍ତି ।

ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି

ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ଉତ୍ୟକ୍ତ ଲୋକେ ଟାୟାର ଜାଳି ଓ ଗଛ ପକାଇ ରାସ୍ତାରୋକ କରିଛନ୍ତି ।ଏହାଫଳରେ 326 ନମ୍ବର ଜାତୀୟ ରାଜପଥର ଅନେକ ଯାନବାହାନ ଅଟକି ରହିଛି । ସେପଟେ ଏହି ଘଟଣା ସମ୍ପର୍କରେ ଏମ.ଭି.126 ଗାଁ ଲୋକେ ପୋଲିସ ଓ ପ୍ରଶାସନକୁ ଖବର ଦେବା ପରେ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ବୁଝାସୁଝା ପରେ ଯାତାୟତ ସ୍ବାଭାବିକ ହୋଇଥିବାର ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.