ମାଲକାନଗିରି: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ମାଲକାନଗିରି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ଆଦିତ୍ଯ ମାଢିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ ।
ମାଲକାନଗିରି ବିଧାୟକ ଆଦିତ୍ଯ ମାଢି କହିଛନ୍ତି ଜୟପୁର ଠାରୁ ମାଲକାନଗିରି ପର୍ଯ୍ୟନ୍ତ ରେଳପଥ ଯଥାଶୀଘ୍ର କରିବା ପାଇଁ ଓଡ଼ିଶା ସରକାର ଜମି ଚିହ୍ନଟ କରି ରେଳପଥ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାକୁ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରନ୍ତୁ ବୋଲି ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମାଲକାନଗିରି ଗସ୍ତରେ ଆସି ଛାତ୍ରୀଙ୍କ ଦ୍ଵାରା ରାକ୍ଷୀ ବାନ୍ଧି ବାଃ ବାଃ ନେବାବେଳେ ଥରେ ମାତ୍ର ମଧ୍ୟ ଚିନ୍ତା କରି ନାହାନ୍ତି ଯେ 9 କୋଟି ଟଙ୍କାରେ ବ୍ୟୟରେ ମାଲକାନଗିରି ରେ ବି.ଏଡ କଲେଜ ନିର୍ମାଣ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ ଏହାର ଶୁଭାରମ୍ଭ କରାଯାଇନାହିଁ । ଏହି କାରଣରୁ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟ, ଜିଲ୍ଲାରେ ଶିକ୍ଷା ନିମନ୍ତେ ଯାଉଥିବା ନଜରକୁ ଆସୁଛି । ତେଣୁ ଏହି କଲେଜକୁ ଆରମ୍ଭ କରାଯାଉ ବୋଲି ଦାବି ରଖିଛନ୍ତି ।
ସେହିଭଳି ମାଲକାନଗିରି ଜିଲ୍ଲାରେ ବଙ୍ଗଳା ଭାଷାରେ ପାଠପଢା ପୁନଃପ୍ରଚଳନ କରିବା ନିମନ୍ତେ ବାରମ୍ବାର ବିଧାନସଭାରେ ଦାବି କରିଆସୁଥିଲେ ମଧ୍ୟ ଏହାକୁ ଶିକ୍ଷା ବିଭାଗ ପ୍ରତିଶୃତି ଦେଇଆସୁଛନ୍ତି । ଏଥର ଆଉ ପ୍ରତିଶ୍ରୁତି ନ ଦେଇ ଚଳିତ ଶିକ୍ଷା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ କରାଯାଉ ବୋଲି ବିଧାୟକ ଦାବି କରିଛନ୍ତି। ଗତ 19/08/21 ତାରିଖ ଦିନ ସାମ୍ବାଦିକ ସମ୍ମିଳନୀରେ ପୋଲାଭରମ ପ୍ରକଳ୍ପ ଦ୍ବାରା ଯେଉଁ ଲୋକଙ୍କର କ୍ଷୟକ୍ଷତି ହେବ, ସେମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସଠିକ ତଥ୍ୟ ଦେବାକୁ ଅନୁରୋଧ କରିଛନ୍ତି । ଏହି ସଭାରେ ବିଧାୟକ ମାଢିଙ୍କ ସହ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିମାଇଁ ପାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାମଲ ସୁନାନୀ, ଅଧିକାଂଶ ଜିଲ୍ଲାପରିଷଦ ସଦସ୍ୟଙ୍କ ସହ ନବଘନ ଲୋକେଇ, ମାଣିକ ଚକ୍ରବତୀ, ବରିଷ୍ଠ ଓ କନିଷ୍ଠ କର୍ମୀ ଏହି ସଭାରେ ଯୋଗ ଦେଇଥିଲେ ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ