ETV Bharat / state

ହଷ୍ଟେଲର ଅବ୍ୟବସ୍ଥା ନେଇ ହଷ୍ଟେଲ ଛାଡିଲେ ଶତାଧିକ ଛାତ୍ର

ମାଲକାନଗିରି ଜିଲ୍ଲା ଗଙ୍ଗଲା ଗ୍ରାମର ଆବାସିକ ସେବାଶ୍ରମର ଜଣେ ଛାତ୍ରର ଡ୍ୟାମରେ ବୁଡି ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଶତାଧିକ ଛାତ୍ର ହଷ୍ଟେଲ ଛାଡିଛନ୍ତି ।

author img

By

Published : Jul 16, 2019, 2:24 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ସେବାଶ୍ରମରେ ଅସୁରକ୍ଷିତ ଆସନ୍ତାକାଲିର ଭବିଷ୍ୟତ । ଆଦିବାସୀ ଛାତ୍ରଙ୍କ ସୁରକ୍ଷାରେ ଅହେତୁକ ଅବହେଳା । ଛାତ୍ରଙ୍କ ପାଇଁ ସରକାର କାହିଁ କେତେ ଯୋଜନା କରିଛନ୍ତି, ହେଲେ ଯୋଜନା ହେଉନାହିଁ କାର୍ଯ୍ୟକାରୀ । ଏ ହେଉଛି ମାଲକାନଗିରି ଜିଲ୍ଲା ଗଙ୍ଗଲା ଗ୍ରାମର ଆବାସିକ ସେବାଶ୍ରମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏହି ସେବାଶ୍ରମରେ ପାଠ ପଢ଼ନ୍ତି ପ୍ରାୟ 300ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରଛାତ୍ରୀ । ମାତ୍ର ଛାତ୍ରଙ୍କ ଜୀବନ ନେଇଗଲା ହଷ୍ଟେଲର ଅବ୍ୟବସ୍ଥା, କର୍ତ୍ତୃପକ୍ଷଙ୍କ ଦାୟିତ୍ବରେ ଅବହେଳା । ସୋମବାର ସେବାଶ୍ରମର ଜଣେ ଛାତ୍ର ହଷ୍ଟେଲ ନିକଟ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ପରେ ଜିଲ୍ଲା ସମେତ ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ । ସେମାନଙ୍କ ଲାଗି ସରକାର ହଷ୍ଟେଲ ବ୍ୟବସ୍ଥା ସିନା କରିଛନ୍ତି କିନ୍ତୁ ପିଲାଙ୍କ ଲାଗି ଆସୁଥିବା ଅନୁଦାନକୁ କର୍ତ୍ତୃପକ୍ଷ ହଡପ କରୁଥିବା ଅଭିଯୋଗ ହୋଇଛି । ଏପଟେ ସେବାଶ୍ରମରେ ଛାତ୍ରଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଉନଥିବା ସହ ଶୌଚ ବ୍ୟବସ୍ଥା ନଥିବା ଅଭିଯୋଗ କରି ହଷ୍ଟେଲ ଛାଡିଛନ୍ତି ଶତାଧିକ ଛାତ୍ର ।

ସୋମବାର ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜେନା ଦେଖାଦେଇଥିଲା । ସେବାଶ୍ରମରେ ପୋଲିସ ପହଁଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି । ପରେ ମାଲକାନଗିରି ଉପଜିଲ୍ଲାପାଳ ଓ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି । ଘଟଣା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗଙ୍ଗଲା ପଞ୍ଚାୟତ ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ର ଅମିତ୍ କାଲେକୁରା ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଇଥିବା ସମୟରେ ସ୍କୁଲ ପଛରେ ଥିବା ଡ୍ୟାମରେ ବୁଡି ତାଙ୍କର ମୃତ୍ୟୁ ଘଟିଥିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.