ETV Bharat / state

ଇଟିଭି ଭାରତ ମହାପ୍ରଭାବ, ନ୍ୟାୟ ପାଇଲେ ସୁଶାନ୍ତ - ଅସ୍ଥାୟୀ ଡ୍ରାଇଭର

ଇଟିଭି ଭାରତ ମହାପ୍ରଭାବ । 8ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ । 26 ଜୁଲାଇ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକ ସମ୍ମୁଖରେ ବ୍ଲକ ଡ୍ରାଇଭର ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା ।

ଇଟିଭି ଭାରତ ମହାପ୍ରଭାବ, ନ୍ୟାୟ ପାଇଲେ ସୁଶାନ୍ତ
author img

By

Published : Sep 4, 2019, 9:42 PM IST

Updated : Sep 5, 2019, 5:20 PM IST

ମାଲକାନଗିରି: ଇଟିଭି ଭାରତର ମହାପ୍ରଭାବ । ଶୁଣିଲେ ସରକାର, ମିଳିଲା ସହାୟତା । 8ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ । ଆମେ ଯେଉଁଁ କଥା କହୁଛୁ, ଏ ଘଟଣାଟି ହେଉଛି 26 ଜୁଲାଇ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକ ସମ୍ମୁଖରେ ବ୍ଲକ ଡ୍ରାଇଭର ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା ।

ETV Bharat impact as Sushanta from malkangiri gets justice
ଇଟିଭି ଭାରତ ମହାପ୍ରଭାବ, ନ୍ୟାୟ ପାଇଲେ ସୁଶାନ୍ତ

ମାର୍ଚ୍ଚ 2012ରେ କୋରକୋଣ୍ଡା ବ୍ଲକରେ ଅସ୍ଥାୟୀ ଡ୍ରାଇଭର ରୂପେ ନିଯୁକ୍ତି ପାଇଥିବା ସୁଶାନ୍ତଙ୍କୁ ଦୀର୍ଘ ଆଠ ବର୍ଷ ହେବ ଦରମା ମିଳିନଥିଲା । କିନ୍ତୁ ତାଙ୍କ ସହ ଅସ୍ଥାୟୀ ନିଯୁକ୍ତି ପାଇଥିବା ଅନ୍ୟ ଡ୍ରାଇଭର ମାନେ ଠିକ୍‌ ରୂପେ ଦରମା ପାଉଥିଲେ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ସୁଶାନ୍ତ । ମାତ୍ର ସବୁଥିରେ ବିଫଳ ହୋଇ ଶେଷରେ ଜୁଲାଇ 26 ତାରିଖ ଦିନ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ବ୍ଲକ ଅଫିସ ସମ୍ମୁଖରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସୁଶାନ୍ତ । ଆଉ ତାଙ୍କୁ ଉଦ୍ଧାର କରିଥିଲେ ବିଡିଓ ଓ ଅନ୍ୟ କର୍ମଚାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏହି ଖବରଟି ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା । ଏହାପରେ ଆମ ଇଟିଭି ଭାରତ ପ୍ରତିନିଧି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାସ୍ତବ ଖବର ସଂଗ୍ରହ କରିବା ସହ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର ଘଟଣାକୁ କୋରକୋଣ୍ଡା ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।

ପ୍ରାୟ 20 ଦିନ ଧରି ତନ୍ନତନ୍ନ କରି ଘଟଣାର ଯାଞ୍ଚ କରିବା ପରେ ପ୍ରଶାସନ ବୁଧବାର ଦିନ କୋରକୋଣ୍ଡା ବ୍ଲକ ଡ୍ରାଇଭର ସୁଶାନ୍ତଙ୍କୁ ନିୟମିତ ଭାବେ ଦରମା ଦେବାପାଇଁ ଘୋଷଣା କରିଛନ୍ତି । ଏହା ଚଳିତ ମାସ ଅଗଷ୍ଟ ପହିଲା 2019ରୁ ଲାଗୁ ହେବା ନେଇ ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଶ ଅଗ୍ରୱାଲ ।

ଏଥି ସହିତ ଯେଉଁ 8 ବର୍ଷ ଧରି ସୁଶାନ୍ତ ବ୍ଲକ ଅଫିସରେ ଓ ଦେବରାଜ ଡିପିଓ ଅଫିସରେ କାର୍ଯ୍ୟ କରି ଦରମା ପାଇ ନାହାଁନ୍ତି ତାହା ବିଚାରଧିନ ଥିବାରୁ ତାହାର ବିଚାର ସରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

ତେବେ ସୁଶାନ୍ତଙ୍କ ସମସ୍ୟା ସହ ଛିଡା ହେବା ଓ ତାଙ୍କୁ ଏପରି ଏକ ସହାୟତା ମିଳିଥିବାରୁ ସେ ଇଟିଭି ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଇଟିଭି ଭାରତର ମହାପ୍ରଭାବ । ଶୁଣିଲେ ସରକାର ମିଳିଲା ସହାୟତା । 8ବର୍ଷ ପରେ ନିୟମିତ ହେଲା ଚାକିରୀ ।Body:ଆମେ କହୁଛୁ ୨୬ ଜୁଲାଇ ଦିନ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକ ସମ୍ମୁଖରେ ବ୍ଲୋକ ଡ୍ରାଇଭର ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା । ମାର୍ଛ ୨୦୧୨ ରେ କୋରକୋଣ୍ଡା ବ୍ଲକରେ ଅସ୍ଥାୟୀ ଡ୍ରାଇଭର ରୂପେ ନିଯୁକ୍ତି ପାଇଥିବା ସୁଶାନ୍ତଙ୍କୁ ଦୀର୍ଘ ଆଠ ବର୍ଷ ହେବ ଦରମା ମିଳିନଥିବା ବେଳେ ତାଙ୍କ ସହ ଅସ୍ଥାୟୀ ନିଯୁକ୍ତି ପାଇଥିବା ଅନ୍ୟ ଡ୍ରାଇଭର ମାନଙ୍କର ଚାକିରି ନିୟମିତ ହେବା ସହ ସେମାନେ ଠିକ୍‌ ରୂପେ ଦରମା ମଧ୍ୟ ପାଉଥିଲେ । କିନ୍ତୁ ସୁଶାନ୍ତଙ୍କ ନିୟମିତ ଚାକିରି ହୋଇଥିଲା ନା 8 ବର୍ଷ ହେଲା ମିଳୁଥିଲା ଦରମା । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ସୁଶାନ୍ତ ହେଲେ ବର୍ଷ ବର୍ଷ ଧରି ଫଳ ଶୂନ ହେବାରୁ ପରିବାର ଅଶାନ୍ତି ବଢିବାରୁ ଶେଷରେ ଜୁଲାଇ୨୬ ତାରିଖ ଦିନ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ବ୍ଲୋକ ଅଫିସ ସମ୍ମୁଖରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଆଉ ତାଙ୍କୁ ଉଦ୍ଧାର କରିଥିଲେ ବିଡିଓ ଓ ଅନ୍ୟ କର୍ମଚାରୀ । ଏହି ଖବର କୁ ପ୍ରଥମ କରି ଆମେ ପ୍ରସାରଣ କରିବା ସହ ଗୁରୁତ୍ଵର ସହ ନେଇ ଥିଲୁ ଆମେ । ଆଉ ଆମ ସମ୍ବାଦଦାତା ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାସ୍ତବ ଖବର ସଂଗ୍ରହ କରିବା ସହ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର ଘଟଣାର କଷ୍ଟକୁ କୋରକୋଣ୍ଡା ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ଆମ ଖବର ସତ ନା ମିଛ ତାହା ଜାଣିବାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ଆକ୍ସନ ମୁଡକୁ ଆସିଥିଲା । ପ୍ରାୟ ୨୦ ଦିନ ଧରି ଟିକି ନିଖି ଇନକ୍ଵାଉରି ପ୍ରଶାସନ କରିବା ପରେ ଆଜି କୋରକୋଣ୍ଡା ବ୍ଲୋକ ଡ୍ରାଇଭର ସୁଶାନ୍ତଙ୍କ ଚାକିରି ନିୟମିତ କରିବାର ବିଧିବୋଦ୍ଧ ଘୋଷଣା କରିବା ସହ ସୁଶାନ୍ତ ଙ୍କ ଭଳି ମାଲକାନଗିରି ଡିପିଓ ଅଫିସ ରେ କାର୍ଯ୍ୟରତ ଦେବରାଜ ପ୍ରଧାନ ନାମକ ଜଣେ ଡ୍ରାଇଭର ଙ୍କର ମଧ୍ୟ ଚାକିରୀ ନିୟମିତ ହେବା ସହ ଚଳିତ ମାସ ଅଗୋଷ୍ଟ ୨୦୧୯ ରୁ ନିୟମିତ ଭାବେ ଦରମା ପାଇବେ ବୋଲି ମାଲକାନଗିରି ଜିଲ୍ଲାପାଳ ମନିଶ ଅଗ୍ରୱାଲ ସରକାରୀ ଭାବେ ଘୋଷଣା କରିଛନ୍ତି । ଏହା ସହ ଯେଉଁ ୮ବର୍ଷଧରି ସୁଶାନ୍ତ ବ୍ଲୋକ ଅଫିସରେ ଓ ଦେବରାଜ ଡିପିଓ ଅଫିସ ରେ କାର୍ଯ୍ୟ କରି ଦରମା ପାଇ ନାହାନ୍ତି ତାହା ଜୁଡିସିଆଲ ରେ ବିଚାରଧିନ ଥିବାରୁ ତାହାର ବିଚାର ସରିବା ପରେ ପରବର୍ତ୍ତୀ ନିସ୍ପତି ନିଆଯିବ ବୋଲି ଜଣାପଡିଛି । ସୁଶାନ୍ତଙ୍କ ଚାକିରି ନିୟମିତ ହୋଇଥିବାରୁ ଆମ ସମ୍ବାଦଦାତାଙ୍କୁ ସେ ଫୋନ କରି ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି । Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..................
Last Updated : Sep 5, 2019, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.