ମାଲକାନଗିରି: ବକେୟା ଦରମା ଦାବିରେ ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ । ମାଲକାନଗିରି ଜିଲ୍ଲା ସଦରମହକୁମା ଠାରେ ରାଜ୍ୟ ବିଦ୍ୟୁତ ଶ୍ରମିକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣଧାରଣା ଦିଆଯାଇଛି । ଜିଲ୍ଲାରେ ଶହେରୁ ଉର୍ଦ୍ଧ୍ବ ସ୍ଥାୟୀ ଏବଂ ଅସ୍ଥାୟୀ କର୍ମଚାରୀ କାମ କରୁଥିବା ବେଳେ ସେମାନଙ୍କ ବକେୟା ଦରମା 6 ମାସ ହେଲା ମିଳିନି ।
ଅନ୍ୟପଟେ ଅସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ସ୍ଥାୟୀ କରିବା ପାଇଁ ଦାବି କରିଛି ସଙ୍ଘ । ଏହାସହ ଜିଲ୍ଲାରେ ଦେଢ଼ ଲକ୍ଷ ଗ୍ରାହକ ଥିବାବେଳେ ସେମାନଙ୍କୁ ଠିକ ସେବା ଯୋଗାଇବା ପାଇଁ ଅଧିକା କର୍ମଚାରୀ ନିଯୁକ୍ତି ପାଇଁ ଦାବି କରିଛି ସଙ୍ଘ । ନଚେତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମରେ ଯୋଗ ନଦେଇ ଆନ୍ଦୋଳନ ଜାରି ରଖିବାକୁ ଧମକ ଦେଇଛି ରାଜ୍ୟ ବିଦ୍ୟୁତ ଶ୍ରମିକ ସଂଘ ।
ସେପଟେ ଜିଲ୍ଲା ବିଦ୍ୟୁତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଉପରିସ୍ଥ ଅଧିକାରୀଙ୍କୁ ଏସମ୍ବନ୍ଧରେ ଜଣାଇ ଦିଆଯାଇଛି । ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ