ETV Bharat / state

ଶ୍ରାବଣ ଶେଷ ସୋମବାରରେ ମଲ୍ଲିକେଶ୍ବର ମହାଦେବଙ୍କ ପୀଠରେ ଭକ୍ତଙ୍କ ଭିଡ଼

author img

By ETV Bharat Odisha Team

Published : Aug 28, 2023, 9:17 PM IST

ଶ୍ରାବଣ ମାସ ଶେଷ ସୋମବାରରେ ମାଲକାନଗିରି ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ମଲ୍ଲିକେଶ୍ବର ମହାଦେବଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଅଧିକ ପଢ଼ନ୍ତୁ

last monday of sawan month
ଶ୍ରାବଣ ଶେଷ ସୋମବାର
ଶ୍ରାବଣ ଶେଷ ସୋମବାର

ମାଲକାନଗିରି: ଆଜି ଜୋଡା ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ମହାଦେବଙ୍କ ଦର୍ଶନ ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡିଛି । ଶୈବାଳୟରେ ଲାଗିଛି ବୋଲବମ ଭକ୍ତଙ୍କ ଭିଡ଼ । ବୋଲବମ ହର ହର ବୋମ ଧ୍ବନିରେ କମ୍ପି ଉଠିଛି ପୁରା ପରିବେଶ । ଏହି ପରିପ୍ରେକ୍ଷୀରେ ମାଲକାନଗିରି ସହର ନିକଟସ୍ତ ପାହାଡ ଉପରେ ଥିବା ପ୍ରସିଦ୍ଧ ମଲ୍ଲିକେଶ୍ବର ମହାଦେବଙ୍କ ପୀଠରେ ଦେବାଧିଦେବ ମହାଦେବଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ।

ବିଭିନ୍ନ ଦୂର ଦୂରାନ୍ତରୁ ଭକ୍ତ ସକାଳୁ ମଲ୍ଲିକେଶ୍ବର ମହାଦେବଙ୍କ ପୀଠରେ ଜଳାଶୟରୁ ପାଣି ଆଣି ମହାଦେବଙ୍କ ମସ୍ତକରେ ଜଳାଭିଷେକ କରିଛନ୍ତି । ପର୍ବତ ଶିଖରରେ ବାବାଙ୍କ ମନ୍ଦିର ରହିଛି । ପାଞ୍ଚଶହରୁ ଊର୍ଦ୍ଧ୍ବ ପାହାଚ ଚଢ଼ିବା ପରେ ଭକ୍ତ ପ୍ରଭୁ ମଲିକେଶ୍ବର ମହାଦେବଙ୍କ ଦର୍ଶନ କରିପାରନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ ଜଳାଭିଷେକ ପରେ ସମସ୍ତ ଭକ୍ତଙ୍କ ପାଇଁ ମନ୍ଦିର ନିକଟରେ ଅନ୍ନ ପ୍ରସାଦର ଆୟୋଜନ ମଧ୍ୟ କରାଯାଇଥିଲା । ତେବେ ଦୂର ଦୁରାନ୍ତରୁ ଆସିଥିବା କାଉଡ଼ିଆ ଭକ୍ତମାନେ ଜଳାଭିଷେକ କରିବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ଭକ୍ତ କହିଛନ୍ତି, " ପାହାଡ଼ ଉପରେ ମହାଦେବଙ୍କ ମନ୍ଦିର ହୋଇ ଥିବାରୁ ଭକ୍ତ ମାନେ ସିଡି ଚଢି ବାବାଙ୍କ ଦର୍ଶନ କରୁଛନ୍ତି । କିନ୍ତୁ ଭକ୍ତଙ୍କ ପାଇଁ ପାହାଡ଼ ଉପରେ ପିଇବା ପାଣିର ବ୍ୟବସ୍ଥା ନାହିଁ । ଯାହା ଫଳରେ ଭକ୍ତମାନେ ସମସ୍ୟାର ସମ୍ମିଖୀନ ହୋଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ଶ୍ରାବଣ ମାସ ଶେଷ ସୋମବାର ଧବଳେଶ୍ବର ପୀଠରେ ଭକ୍ତଙ୍କ ଜନ ସମୁଦ୍ର

କିଛିଦିନ ପୂର୍ବରୁ ୫T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପରେ ମଲିକେଶ୍ବର ମହାଦେବଙ୍କ ପୀଠ ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦୁଇ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫T ସଚିବଙ୍କୁ ଧନ୍ୟବାଦ ଦିଆଯାଇଛି । ଏହି ଟଙ୍କାରେ ମଲିକେଶ୍ବର ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାମ କରାଯିବା ସହ ଭକ୍ତଙ୍କ ସୁବିଧାସୁଯୋଗ ପାଇଁ ସବୁ ପ୍ରକାର ବ୍ୟବସ୍ଥା କାର୍ଯ୍ୟ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି । ମଲିକେଶ୍ବର ମହାଦେବଙ୍କ କିମ୍ବଦନ୍ତୀ ଦେଖିବାକୁ ଗଲେ ୧୬୦୦ ଶତାବ୍ଦୀରେ ତତ୍କାଳୀନ ରାଜା ମଲ୍ଲିକାର୍ଜୁନ ଏହି ପାହଡରେ ମା' ସତୀଙ୍କର ଉପାସନା କରିବା ସହ ମଲ୍ଲିକେଶ୍ବର ମହାଦେବଙ୍କର ମଧ୍ଯ ଉପାସନା କରୁଥିଲେ । ସେହି ଦିନ ଠାରୁ ଏଠାରେ ମଲ୍ଲିକେଶ୍ବର ମହାଦେବ ପୂଜା ପାଇ ଆସୁଥିବା ଲୋକ କଥା ରହିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.