ମାଲକାନଗିରି: ଲୋକଗୀତ ଓ ପାଲା ମାଧ୍ୟମରେ ବଙ୍ଗାଳୀ ଲୋକେ ବାସ କରୁଥିବା ଗାଁରେ ପ୍ରଚାର କରୁଛନ୍ତି ପଶ୍ଚିମବଙ୍ଗର ବିଧାୟକ । ଅସୀମ ସରକାର ଏକାଧାରରେ ଜଣେ ପ୍ରସିଦ୍ଧ ପାଲା ଗାୟକ ସହ ପଶ୍ଚିମବଙ୍ଗରେ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ସେ ମାଲକାନଗିରିରେ ପ୍ରଚାର ମୈଦାନକୁ ଓହ୍ଲାଇ ବିଜେପି ପାଇଁ ଭୋଟ ଭିକ୍ଷା କରୁଛନ୍ତି । ତେବେ ଘୋର ବିରୋଧ କରୁଛନ୍ତି ସ୍ଥାନୀୟ ବିଜେଡି ନେତା ।
ପଶ୍ଚିମବଙ୍ଗ ମେଦିଆ ଜିଲ୍ଲା ହରିନଘାଟା ବିଧାୟକ ହେଉଛନ୍ତି ପ୍ରସିଦ୍ଧ ବଙ୍ଗାଳୀ ଲୋକ କବି ଅସୀମ ସରକାର । ସେ ଢୋଲ ବଜାଇ ଲୋକ ଗୀତ ଓ ପାଲା ମାଧ୍ୟମରେ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଗାଁ ମାନଙ୍କରେ ପ୍ରଚାର କରୁଛନ୍ତି । ପ୍ରତି ସଭାରେ ସେ ବିବାଦୀୟ ତଥା ସାମ୍ପ୍ରଦାୟିକ ମନ୍ତବ୍ୟ ଦେଉଥିବା ଅଭିଯୋଗ ହୋଇଛି । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବିଧାୟକ ଟାର୍ଗେଟ୍ କରୁଥିବା ଅଭିଯୋଗ ହୋଇଛି । ଭାରତ ତଥା ହିନ୍ଦୁ ଧର୍ମର ରକ୍ଷା ପାଇଁ ବିଜେପି ତଥା ନରେନ୍ଦ୍ର ମୋଦି ହିଁ ଏକମାତ୍ର ବିକଳ୍ପ ବୋଲି ଅସୀମ ସରକାର ଗାଁଗାଁରେ ବୁଲି ପ୍ରଚାର କରୁଛନ୍ତି ।
କୋରକୁଣ୍ଡା ବ୍ଲକର ତାରଲାକୋଟା, ଏମଭି ୨୫ ଓ କାଲିମେଳା ବ୍ଲକର ଏମଭି ୮୧ ଏମଭି ୮୨ ଏମିଭି ୫୮ଭଳି ବିଭିନ୍ନ ସ୍ଥାନରେ ସେ ପ୍ରଚାର କରୁଛନ୍ତି । ତେବେ ତାଙ୍କୁ ବିରୋଧର ଶିକାର ହେବାକୁ ପଡ଼ିଛି । ତାସହ ଅନେକ ସ୍ଥାନରେ ହଟହଟା ହେଉଛନ୍ତି ଅସୀମ ସରକାର । ବିଜେପିର ମାରଥନ୍ ପ୍ରଚାର ପରେ ଭୋଟ କମିବା ଆଶଙ୍କାରେ ବିଜେଡି ବିରୋଧର କରୁଥିବା ବିଜେପି ଜିଲ୍ଲା ସଭାପତି କହିଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ