କୋରାପୁଟ: ବିଦ୍ୟୁତ ଖୁଣ୍ଟରେ ଚଢି ଯୁବକ କଲେ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟର ଏସବି ନୂଆଗାଁ ପଞ୍ଚାୟତର କୁମୁଡାହାଣ୍ଡିରେ । ସେଠାରେ ଥିବା ରେଳଧାରଣା ବିଦ୍ୟୁତ ଖୁଣ୍ଟରେ ଚଢି ଯୁବକ କରିଛନ୍ତି ଏଭଳି କାଣ୍ତ । କିନ୍ତୁ ଆତ୍ମହତ୍ୟାର କାରଣ ଏବେବି ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଶିବରାତ୍ରି ଦିନ ପରିବାର ଲୋକଙ୍କ ସହ ସମୟ କାଟିଥିବା କହିଛନ୍ତି ପରିବାର ଲୋକେ । ଯେଉଁ ସମୟରେ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ଗ୍ରାମବାସୀ ଓ ପୋଲିସ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରୁ ଓହ୍ଲାଇବା ପାଇଁ କହିଥିଲେ । ହେଲେ ସେ କାହା କଥା ନ ଶୁଣି ଆତ୍ମହତ୍ୟା କରିଥିଲେ ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ