ETV Bharat / state

Railway Minister Visit: ଆଜି କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ଉଦଘାଟନ କରିବେ ରେଳମନ୍ତ୍ରୀ - ମାଲକାନଗିରି ଗସ୍ତରେ ଅଶ୍ବିନୀ ବୈଷ୍ଣବ

ମାଲକାନଗିରି ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ସନ୍ଧ୍ୟାରେ କୋରାପୁଟ ଷ୍ଟେସନରେ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନର ଉଦଘାଟନ କରିବେ । ଅଧିକ ପଢନ୍ତୁ

Railway Minister Visit: ଆଜି କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ଉଦଘାଟନ କରିବେ ରେଳମନ୍ତ୍ରୀ

author img

By

Published : Apr 22, 2022, 10:30 AM IST

Updated : Apr 22, 2022, 11:11 AM IST

କୋରାପୁଟ: ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳମନ୍ତ୍ରୀ ବିଶାଖାପାଟଣାରୁ ଟ୍ରେନ ଯୋଗେ କୋରାପୁଟ ଷ୍ଟେସନରେ ପହଞ୍ଚିବା ପରେ ମାଲକାନଗିରି ଯାଇଛନ୍ତି । କୋରାପୁଟରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଏଠାରେ କିଛି ସମୟ ରହିଥିଲେ । ଏହାପରେ ଦିନିକିଆ ମାଲକାନଗିରି ଗସ୍ତ କରିଥିଲେ । ମାଲକାନଗିରିରେ ସେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହିତ ଜୟପୁର-ମାଲକାନଗିରି, ମାଲକାନଗିରି-ଭଦ୍ରାଚଳମ, ଜୟପୁର-ନବରଙ୍ଗପୁର ଏବଂ ନବରଙ୍ଗପୁର-ଜୁନାଗଡ ରେଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏନେଇ ରେଳମନ୍ତ୍ରୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଆଜି କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ଉଦଘାଟନ କରିବେ ରେଳମନ୍ତ୍ରୀ
  • Reviewed rail projects-
    🛤Jeypore-Malkangiri
    🛤Malkangiri-Bhadrachalam
    🛤Jeypore-Nabarangpur and
    🛤Nabarangpur-Junagarh pic.twitter.com/un36fRKMEX

    — Ashwini Vaishnaw (@AshwiniVaishnaw) April 22, 2022 " class="align-text-top noRightClick twitterSection" data=" ">

ରେଳମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନାନା ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଜୟପୁର ଓ ମାଲକାନଗିରି ରେଳପଥ ଉପରେ ବିଶେଷ ଆଲୋଚନା କରିବେ । ମାଲକାନଗିରିରେ ନୂତନ ଡାକ ଘର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହାପରେ ସେ କୋରାପୁଟ ଫେରିବେ । ଆଜି ସନ୍ଧ୍ୟାରେ କୋରାପୁଟ ଷ୍ଟେସନରେ କୋରାପୁଟବିଶାଖାପାଟଣା ସ୍ବତନ୍ତ୍ର ପାସେଞ୍ଜର ଟ୍ରେନର ଉଦଘାଟନ କରିବାର କାର୍ଯ୍ୟକ୍ରମ ଅଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Apr 22, 2022, 11:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.