ETV Bharat / state

ଦୁଲୁକିବ କୋଟିଆ, ଡିସେମ୍ବର ପହିଲାରୁ ଆରମ୍ଭ ପରବ ମହୋତ୍ସବ - Parab mahotsav

ରାଜ୍ୟସ୍ତରୀୟ ଆଦିବାସୀ ଓ ଲୋକନୃତ୍ୟ ମହୋତ୍ସବ ପାଳନର ପ୍ରାରମ୍ଭିକ ଉଦଘାଟନୀ ଉତ୍ସବ କୋଟିଆରେ ଡିସେମ୍ବର ୧ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । ଅଧିକ ପଢନ୍ତୁ

ଡିସେମ୍ବର ୧ରେ ଆରମ୍ଭ ହେବ ୨୫ ତମ ରାଜ୍ୟସ୍ତରୀୟ ପରବ ମହୋତ୍ସବ

author img

By

Published : Nov 19, 2021, 9:39 PM IST

କୋରାପୁଟ: ରାଜ୍ୟସ୍ତରୀୟ ଆଦିବାସୀ ଓ ଲୋକନୃତ୍ୟ ମହୋତ୍ସବ ପାଳନର ପ୍ରାରମ୍ଭିକ ଉଦଘାଟନୀ ଉତ୍ସବ କୋଟିଆରେ ଡିସେମ୍ବର ୧ ତାରିଖ ଦିନ ଅନୁଷ୍ଠିତ ହେବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । ପରବ ମହୋତ୍ସବର 25 ବର୍ଷ ପୂର୍ତ୍ତିକୁ ରାଜ୍ୟ ସରକାର ମହାଆଡମ୍ବରରେ ପାଳନ କରିବାକୁ ଯୋଜନା ରଖିଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।

ଡିସେମ୍ବର ୧ରେ ଆରମ୍ଭ ହେବ ୨୫ ତମ ରାଜ୍ୟସ୍ତରୀୟ ପରବ ମହୋତ୍ସବ

ଚଳିତ ବର୍ଷ ଏହି ଉତ୍ସବ ପଞ୍ଚାୟତରୁ ଆରମ୍ଭ ହୋଇ ବ୍ଲକ ଓ ଜିଲ୍ଲା ସଦର ମହକୁମାରେ ପାଳିତ ହେବ । ଡିସେମ୍ବର ୧୭, ୧୮ ଓ ୧୯ ତାରିଖରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ହେବ । ପରବ-୨୦୨୧ ଉତ୍ସବର ଉଦଘାଟନ କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରେଡିବାଲାସାରେ ନଭେମ୍ବର ଶେଷ ସପ୍ତାହରେ ଆରମ୍ଭ ହେବ ।

ଏଥିରେ ରାଜ୍ୟ ଏସଆରସିଙ୍କ ଦ୍ୱାରା ନଭେମ୍ବର ମାସ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୌଣସି ବିଶାଳ ଜନସମାଗମ ମେଳା ଆୟୋଜନ ଅନୁମତି ନାହିଁ । ତେଣୁ, ପରବର ପ୍ରାରମ୍ଭିକ ଉତ୍ସବକୁ ଡିସେମ୍ବର ମାସର ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ ଉଦଘାଟନୀ ଉତ୍ସବ ନେରେଡିବାଲାସା ପରିବର୍ତ୍ତେ କୋଟିଆରେ ଅନୁଷ୍ଠିତ ହେବ ଏବଂ ସେଠାକୁ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଜ୍ୟୋତି ଅଣାଯିବ ବୋଲି ସେ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.