ETV Bharat / state

କାର୍ଯ୍ୟକ୍ଷମ ହେଲା ଅମ୍ଳଜାନ ପ୍ରସ୍ତୁତି ପ୍ଲାଣ୍ଟ

କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲରେ ଅମ୍ଳଜାନ ପ୍ରସ୍ତୁତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଯାଇଛି । ଅଧିକ ପଢନ୍ତୁ...

author img

By

Published : May 13, 2021, 10:55 PM IST

କାର୍ଯ୍ୟକ୍ଷମ ହେଲା ଅମ୍ଳଜାନ ପ୍ରସ୍ତୁତି ପ୍ଲାଣ୍ଟ
କାର୍ଯ୍ୟକ୍ଷମ ହେଲା ଅମ୍ଳଜାନ ପ୍ରସ୍ତୁତି ପ୍ଲାଣ୍ଟ

କୋରାପୁଟ: କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲରେ ଗୁରୁବା ଅମ୍ଳଜାନ ପ୍ରସ୍ତୁତି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଯାଇଛି । ଏହି ପ୍ଲାଣ୍ଟରେ ଅମ୍ଳଜାନ ପ୍ରସ୍ତୁତ ହୋଇ ସ୍ୱତନ୍ତ୍ର ପାଇପ ଯୋଗେ ଏଠାରେ ଥିବା କୋଭିଡ଼ ହସ୍ପିଟାଲର ରୋଗୀଙ୍କ ବେଡ ନିକଟକୁ ଅମ୍ଳଜାନ ପହଞ୍ଚିପାରିବ ବୋଲି ଜିଲ୍ଲାପାଳ ଅବଦାଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି ।

ଏହା ଫଳରେ ରୋଗୀଙ୍କ ଅମ୍ଳଜାନ ଆବଶ୍ୟକତାକୁ ତୁରନ୍ତ ପୂରଣ କରିହେବା ନେଇ ସେ ଆଶାବାଦୀ ଥିବା ଜଣାଇଛନ୍ତି । ଗୁରଗାଓଁର ଏକ କମ୍ପାନୀ ଦ୍ୱାରା ଏହି ପ୍ଲାଣ୍ଟ ସ୍ଥାପନା କରାଯାଇଥିବା ବେଳେ ଏହି ପ୍ଲାଣ୍ଟକୁ ନିରନ୍ତର ଭାବେ 24 ଘଣ୍ଟା ଚାଲୁ ରଖିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ବ୍ୟବସ୍ଥା କରାଯାଇଥିବା ଏହି କମ୍ପାନୀର ଅଧିକାରୀ ଦିଲୀପ ଓଝା ଜଣାଇଛନ୍ତି । ଏହି ପ୍ଲାଣ୍ଟ ସ୍ଥାପନା କରିବା ପାଇଁ ଚାରି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.