କୋରାପୁଟ: କୃଷିନୀତିକୁ ନେଇ ଚାରିଆଡେ ଅସନ୍ତୋଷ ଦେଖାଦେଉଛି । କେନ୍ଦ୍ର ସରକାର ଜାରି କରିଥିବା ତିନୋଟି କୃଷି ନିୟମର ପ୍ରତ୍ୟାହାର ଦାବି କଲା କୋରାପୁଟ ଜିଲ୍ଲା କଂଗ୍ରେସ । ଚାଷୀ ଉତ୍ପାଦର ବାଣିଜ୍ୟ କାରବାର ପ୍ରୋତ୍ସାହନ ଓ ସୁଗମିକରଣ, କୃଷକ ଶଶକ୍ତିକରଣ, ସୁରକ୍ଷା ଓ କୃଷିସେବା ଆଇନ୍ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନକୁ କଳା ନିୟମ ଭାବେ ଅଭିଯୋଗ କରି ଶୁକ୍ରବାର ଜିଲ୍ଲା କଂଗ୍ରେସ ଦ୍ଵାରା କୋରାପୁଟ ବ୍ଲକ୍ ଓ ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରାଯାଇଛି ।
ଏହି ନିୟମ ଗୁଡ଼ିକୁ ପ୍ରତ୍ୟାହାର କରିବା ନିମନ୍ତେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳ ଦାବିପତ୍ର ପ୍ରେରଣ କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ