ETV Bharat / state

କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହେବ ସମ୍ବେଦନଶୀଳ ଅଞ୍ଚଳ - coronavirus news

ଜିଲ୍ଲାରେ କୋଭିଡ19 ବ୍ୟାପିବାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି । ସୋମବାର କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି ।

sensitive-areas-can-be-made-containment-zones
ସମ୍ବେଦନଶୀଳ ଅଞ୍ଚଳକୁ କଣ୍ଟେଇନମେଣ୍ଟ ଜୋନ କରିଦିଆଯାଇପାରେ
author img

By

Published : Apr 6, 2020, 6:32 PM IST

କୋରାପୁଟ: ଜିଲ୍ଲାରେ କୋଭିଡ19 ବ୍ୟାପିବାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି । ସୋମବାର କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନେତୃତ୍ବରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଏକ ଟିମ ଉପସ୍ଥିତ ଥିଲେ ।

ସମ୍ବେଦନଶୀଳ ଅଞ୍ଚଳକୁ କଣ୍ଟେଇନମେଣ୍ଟ ଜୋନ କରିଦିଆଯାଇପାରେ

ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାରେ ସହର ଗୁଡିକରେ ଆରମ୍ଭ କରାଯାଇଥିବା ଏହି ପ୍ରକ୍ରିୟାରେ ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ସମ୍ପର୍କିତ ପରୀକ୍ଷା ପାଇଁ ସମୁଦାୟ 28ଟି ନମୁନା ପଠା ଯାଇଥିବା ବେଳେ ସେଥିମଧ୍ୟରୁ 14 ଟିରେ ନେଗେଟିଭ ରିପୋର୍ଟ ଆସିଛି । ବାକି 14 ଟି ନମୁନାର ପରୀକ୍ଷା ରିପୋର୍ଟ ର ଅପେକ୍ଷା କରାଯାଇଥିବା କହିଛନ୍ତି ।

ଜିଲ୍ଲାରେ ଅସ୍ଥାୟୀ କ୍ବାରେଣ୍ଟାଇନ ଗୃହ ପ୍ରସ୍ତୁତ କରାଯାଇଥିବା ବେଳେ ବଜାର ସମୟରେ ଲାଗୁଥିବା ଭିଡରେ ସାମାଜିକ ଦୂରତ୍ବକୁ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି । ଦୋକାନ ସାମନାରେ ଅନିୟନ୍ତ୍ରିତ ଗହଳି ଲାଗି ରହିଲେ ଦୋକାନକୁ ବନ୍ଦ କରିଦେବା ସହ ତାର ଲାଇସେନ୍ସକୁ ମଧ୍ୟ ରଦ୍ଦ କରିଦିଆଯିବ ବୋଲି ଜିଲ୍ଲାପାଳ ତାଗିଦ କରିଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.