କୋରାପୁଟ: ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଲା ତେଲ ଟ୍ୟାଙ୍କର । କୋରାପୁଟ-ଜୟପୁର ମଧ୍ୟରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ତେଲ ଟ୍ୟାଙ୍କର ଓଲଟି ପଡିଛି । ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଥିଲା ।
ମଙ୍ଗଳବାର ସକାଳେ ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ଏକ ଦଶଚକିଆ ଗାଡିକୁ ସାଇଡ଼ ଦେବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି କାରଣରୁ ପ୍ରାୟ 6ଘଣ୍ଟା ଧରି ଗାଡି ଚଳାଚଳ ପ୍ରଭାବିତ ହେବା ସହ ଯାତ୍ରୀ ଦୀର୍ଘ ସମୟ ଧରି ହନ୍ତସନ୍ତ ହୋଇଥିଲେ ।
ପୋଲିସ, ଅଗ୍ନିଶମ ବିଭାଗ ଓ ଭାରତୀ ପେଟ୍ରୋଲିୟମର ଏକ ଟେକ୍ନିକାଲ ଟିମ ଘଟଣାସ୍ଥଳରେ ପହଞ୍ଚି ଟାଙ୍କିରେ ଥିବା ପେଟ୍ରୋଲ କାଢ଼ିବା ସହ ଟ୍ୟାଙ୍କରକୁ ନିରାପଦ ଭାବେ କାଢ଼ିଥିଲେ । ଫଳରେ ମଧ୍ୟାହ୍ନ ସୁଦ୍ଧା ରାସ୍ତାରୁ ଟ୍ୟାଙ୍କର ହଟାଯିବା ପରେ ଯାତାୟାତ ସ୍ବଭାବିକ ହୋଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ