ETV Bharat / state

କୋରାପୁଟ ଚାଷୀ ମୁହଁରେ ହସ ଆଣିଦେଲା ପଞ୍ଜାବ ଆଳୁ ବିହନ - Punjab potato seed cultivation in koraput

ପ୍ରତିବର୍ଷ ବଜାରରୁ ବିହନ ଆଣି 3-4ଗୁଣ ଫସଲ କରୁଥିବା ଜିଲ୍ଲାର ଚାଷୀମାନେ ଚଳିତ ବର୍ଷ ପଞ୍ଜାବରୁ ଆସିଥିବା ଆଳୁ ବିହନକୁ ଚାଷ କରିବା ପରେ ବେଶ ଲାଭବାନ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Punjab potato seeds brought smile on koraput farmer's faces
ପଞ୍ଜାବର ଆଳୁ ବିହନ ଆଣିଦେଲା ଚାଷୀ ମୁହଁରେ ହସ
author img

By

Published : Nov 8, 2020, 3:26 PM IST

କୋରାପୁଟ: ଚଳିତ ବର୍ଷ ପଞ୍ଜାବରୁ ଆସିଥିବା ଆଳୁ ବିହନ ଜିଲ୍ଲାର ଚାଷୀମାନଙ୍କ ମୁହଁରେ ହସ ଫୁଟାଇଛି । ଏହି ବିହନ ଲଗାଇବା ପରେ 6ରୁ 7 ଗୁଣ ଅଧିକ ଫସଲ ହୋଇଥିବା ବେଳେ ଆଳୁର ବଜାର ମୂଲ୍ୟ ଅଧିକା ଥିବା ଯୋଗୁଁ ଚାଷୀମାନେ ଭଲ ଲାଭ କରିଥିବା ସୂଚନା ମିଳିଛି ।

ପଞ୍ଜାବର ଆଳୁ ବିହନ ଆଣିଦେଲା ଚାଷୀ ମୁହଁରେ ହସ

ମିଳିଥିବା ସୂଚନା ଅନୁସାରେ ପ୍ରତିବର୍ଷ ଜିଲ୍ଲାର ଦଶମନ୍ତପୁର, ସେମିଳିଗୁଡା ଓ କୋରାପୁଟ ବ୍ଲକର ଚାଷୀମାନେ ବଜାରରୁ ମିଳୁଥିବା ଆଳୁ ବିହନକୁ ନେଇ ଚାଷ କରି ତିନି ଚାରି ଗୁଣ ଫସଲ ପାଇଥାନ୍ତି । କିନ୍ତୁ ଚଳିତ ବର୍ଷ କୋରାପୁଟ ଫାର୍ମର୍ସ ଆସୋସିଏସନ ର ସହଯୋଗରେ ପଞ୍ଜାବର 50 ଟନ୍‌ କୁକ୍ରିଜ୍ୟୋତି ଆଳୁ ବିହନକୁ ଲଗାଇ ଫସଲ କରିଛନ୍ତି ଚାଷୀ ।

ତେବେ ଚଳିତ ବର୍ଷ ଏହି ବିହନ ଦ୍ବାରା ଚାଷୀମାନେ 6ରୁ 7 ଗୁଣ ଅଧିକା ଫସଲ ପାଇଥିବା ଜଣାପଡିଛି । ବଜାରରେ ଆଳୁ ର ଦାମ ମଧ୍ୟ ଅଧିକ ଥିବା ଯୋଗୁଁ ଚାଷୀମାନେ ମଧ୍ୟ ଏହାର ଭଲ ଲାଭ ଉଠାଇ ପାରିଛନ୍ତି । କିନ୍ତୁ ଏ ବର୍ଷ ବର୍ଷା ଠିକ ସମୟରେ ହୋଇଥିଲେ ଅଧିକ ଉତ୍ପାଦନ ହୋଇପାରିଥାନ୍ତା ବୋଲି ସେମାନେ ମତ ରଖିଛନ୍ତି ।

ଇଣ୍ଡିଆ ପୋଟାଟୋ ସେଣ୍ଟରର ସହାୟତାରେ କରାଯାଇଥିବା ଏହି ଆଳୁ ଚାଷର ସଫଳତାକୁ ଦେଖି ଆସନ୍ତା ବର୍ଷ ଅଧିକ ଚାଷୀ ଓ ଅଧିକ ଚାଷ ଜମିରେ ଏହି ଆଳୁ ଚାଷ କରାଯିବ ବୋଲି କୋରାପୁଟ ଫାର୍ମର୍ସ ଆସୋସିଏସନର ସମ୍ପାଦକ ଶରତ ପଟ୍ଟନାୟକ କହିଥିବା ସୂଚନା ମିଳିଛି ।

କୋରାପୁଟରୁ ସି ଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.